30.1 C
Bhubaneswar
Monday, June 17, 2024
Homeଖାଦ୍ୟଜାଣନ୍ତୁ ଦହିରୁ ପ୍ରସ୍ତୁତ କେଉଁ ୪ ଟି ବ୍ୟଞ୍ଜନ ଗ୍ରୀଷ୍ମ ପାଇଁ ସର୍ବୋତ୍ତମ

ଜାଣନ୍ତୁ ଦହିରୁ ପ୍ରସ୍ତୁତ କେଉଁ ୪ ଟି ବ୍ୟଞ୍ଜନ ଗ୍ରୀଷ୍ମ ପାଇଁ ସର୍ବୋତ୍ତମ

ଭୁବନେଶ୍ୱର : ଗ୍ରୀଷ୍ମ ଋତୁରେ ଦହିକୁ ବହୁତ ଲୋକ ପସନ୍ଦ କରନ୍ତି ଏବଂ ଖାଇଥାନ୍ତି ମଧ୍ୟ । କିନ୍ତୁ ଯଦି ଆପଣ ସରଳ ଉପାୟରେ ଦହି ଖାଇ ଖାଇ ବିରକ୍ତ ହେଇଗଲେଣି ଏବଂ ଦହିରେ କିଛି ନୂଆ ଯୋଗ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ରେସିପିଗୁଡ଼ିକୁ ଟ୍ରାଏ କରିପାରିବେ । ଆପଣଙ୍କୁ କହି ରଖୁଛୁ ଯେ, ଦହିର ଥଣ୍ଡା ପ୍ରଭାବ ଅଛି ଯାହା ଆପଣଙ୍କୁ ଗ୍ରୀଷ୍ମ ଋତୁରେ ଥଣ୍ଡା କରିବାରେ ସାହାଯ୍ୟ କରିଥାଏ । ଦହି ଏକ ଦୁଗ୍ଧଜାତ ଦ୍ରବ୍ୟ ଏବଂ ଦୁଗ୍ଧଜାତ ଦ୍ରବ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ପ୍ରୋଟିନ୍, କ୍ୟାଲସିୟମ୍, ରାଇବୋଫ୍ଲାଭିନ, ଭିଟାମିନ୍ ବି୬ ଏବଂ ଭିଟାମିନ୍ ବି୧୨ ପରି ପୁଷ୍ଟିକର ଖାଦ୍ୟ ଦହିରେ ମିଳିଥାଏ, ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେଣୁ ଆସନ୍ତୁ ଜାଣିବା ଦହିରୁ ପ୍ରସ୍ତୁତ ରେସିପି ।

୧. ସପୁରି ରାଇତା : ଗ୍ରୀଷ୍ମ ଋତୁରେ ରାଇତା ଆମର ସ୍ୱାଦ ବାଡ଼େଇବା କାମ କରିଥାଏ । ଏହି ଗ୍ରୀଷ୍ମ ସମୟରେ ଆପଣ ସପୁରି ରାଇତା ଟ୍ରାଏ କରିପାରିବେ । ଦହି ସହିତ ସପୁରିର ମିଠା ଏବଂ ଖଟା ସ୍ୱାଦ ଆପଣଙ୍କୁ ପସନ୍ଦ ଆସିବ ।
୨. ଦହି ଏବଂ ଅଂଜେର କବାବ : ଏହା ଏକ ସରଳ ଶାକାହାରୀ କବାବ ରେସିପି । ଆପଣ ଏହାକୁ ସହଜରେ ଘରେ ତିଆରି କରିପାରିବେ । ଅଂଜେର , ଦହି, ପନିର ଏବଂ ସବୁଜ ଲଙ୍କାର ମିଶ୍ରଣ ସହିତ ଆପଣ ଏହି କବାବକୁ ମାତ୍ର ୩୦ ମିନିଟରେ ପ୍ରସ୍ତୁତ କରିପାରିବେ ।
୩. ଦହି ଏବଂ ଭେଣ୍ଡି : ଭେଣ୍ଡିରେ ତିଆରି ତରକାରୀ ସାଧାରଣତ ସମସ୍ତେ ପସନ୍ଦ କରନ୍ତି । ଦହି ଏବଂ ମସଲାର ମିଶ୍ରଣରୁ ଏକ ଉତ୍କୃଷ୍ଟ ଗ୍ରେଭି ପ୍ରସ୍ତୁତ କରି ଏବଂ ସେଥିରେ ଭେଣ୍ଡିକୁ ରାନ୍ଧି ପାରିବେ । ଏହା ତାରକାରୀକୁ ଏକ ଭିନ୍ନ ସ୍ୱାଦ ଦେଇଥାଏ । ହାଇଦ୍ରାବାଦରେ ଏହା ବହୁତ ଲୋକପ୍ରିୟ । ଆପଣ ନିଜ ପସନ୍ଦର ରୋଟି କିମ୍ବା ପରଟା ସହିତ ଏହାକୁ ଖାଇପାରିବେ ।
୪. କମ୍ ଫ୍ୟାଟ୍ ଦହି ଚିକେନ : ଯଦି ଆପଣ ଚିକେନ୍ ଖାଇବାକୁ ଭଲ ପାଆନ୍ତି ତେବେ ଆପଣ ଦହିରୁ ପ୍ରସ୍ତୁତ କମ୍ ଚର୍ବିଯୁକ୍ତ ଚିକେନ୍ ତରକାରୀ ଟ୍ରାଏ କରିପାରିବେ । ପ୍ରୋଟିନରେ ଭରପୂର ଏବଂ କାର୍ବୋହାଇଡ୍ରେଟ୍ କମ୍, ଏହି ଭୋଜନ ଚମତ୍କାର ସ୍ବାଦ ଆଣିଦିଏ । ଜିରା, ରସୁଣ ପେଷ୍ଟ, ନାଲି ଲଙ୍କା, ଗରମ ମସାଲା, ସବୁଜ ଲଙ୍କା, ଟମାଟୋ ଏବଂ ପିଆଜ ମିଶାଇ ଏହା ପ୍ରସ୍ତୁତ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking