ନୂଆଦିଲ୍ଲୀ : ଖାଦ୍ୟର ସ୍ୱାଦ ବଢ଼ାଇବାରେ ଲୁଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଲୁଣ ବିନା ତୁମେ ନିଜ ରୋଷେଇକୁ ଯେତେ ଭଲ ମସଲା ଯୁକ୍ତ କର, ଏହା ଖରାପ ଏବଂ ବିରକ୍ତିକର ସ୍ବାଦ ହେବ। ଏହା କହିବାର ଅର୍ଥ ହେଉଛି ଆପଣ ଯେତେ ସ୍ବାଦିଷ୍ଟ ଖାଦ୍ୟ କରିବାକୁ ଚାହାନ୍ତି ଯଦି ସେଥିରେ ଲୁଣର ମାତ୍ରା କମ ଥାଏ କିମ୍ବା ଅଧିକ ଥାଏ ତାହା ଖାଦ୍ୟକୁ ନଷ୍ଟ କରିଦିଏ।କିନ୍ତୁ ଏହି ଲୁଣ ପାଟି ପାଇଁ ଯେତିକି ସୁଆଦିଆ ଶରୀର ପାଇଁ ସେତିକି କ୍ଷତିକାରକ।
ଏହା ଆପଣଙ୍କୁ ଅକାଳ ମୃତ୍ୟୁ ହେବାର ମଧ୍ୟ କାରଣ ହୋଇପାରେ। ଏକ ବ୍ରିଟିଶଙ୍କ ଅଧ୍ୟୟନରୁ ଯାହା ସୂଚନା ମିଳିଛି ଯେଉଁମାନେ ସେମାନଙ୍କର ଭୋଜନରେ ଅତିରିକ୍ତ ଲୁଣ ବ୍ୟବହାର କରନ୍ତି ସେମାନଙ୍କର ବଞ୍ଚିବାର ଆଶା ହାରାହାରି ୨ ରୁ ୨.୨୮ ବର୍ଷ ହ୍ରାସ ହୋଇଯାଇଥାଏ। ତେବେ ଏହା ପୁରୁଷଙ୍କ କ୍ଷେତ୍ରରେ ଅଧିକ ହୋଇଥିବା ବେଳେ ମହିଳା କ୍ଷେତ୍ରରେ କ୍ରମଶଃ କମ ଅଛି। ତେଣୁ ଏହା ସୂଚନା ଦିଆଯାଇଛି ଯେ ପୁରୁଷ ମାନେ ତାଙ୍କ ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରିବା ଆଦୌ ଉଚିତ ନୁହେଁ।
ଅଧ୍ୟୟନର ଫଳାଫଳରେ ଏହା ମଧ୍ୟ ପ୍ରକାଶ ଯେ ଯେଉଁମାନେ ଲୁଣ ବ୍ୟବହାର କରନ୍ତି ସେମାନେ ଉଚ୍ଚ ରକ୍ତ ଚାପର ଶୀକାର ହୋଇଥାଆନ୍ତି। ୨୦୦୬ରୁ ୨୦୧୦ ମଧ୍ୟରେ ତଥ୍ୟ ସଂଗ୍ରହ ହେବା ପରେ ପ୍ରାୟ ୧୮,୫୦୦ ଅକାଳ ମୃତ୍ୟୁ ରେକର୍ଡ କରାଯାଇଛି।