28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଆର୍ଥିକ ସଂକଟ: ପାକିସ୍ତାନ ଏୟାରଲାଇନ୍ ଉଡ଼ାଣ ରଦ୍ଦ

ଆର୍ଥିକ ସଂକଟ: ପାକିସ୍ତାନ ଏୟାରଲାଇନ୍ ଉଡ଼ାଣ ରଦ୍ଦ

ଇସ୍‌ଲାମାବାଦ: ଆର୍ଥିକ ସଂକଟ ମଧ୍ୟରେ ପାକିସ୍ତାନର ଜାତୀୟ ବିମାନ ସେନା ପାକିସ୍ତାନ ଇଣ୍ଟରନାସ୍‌ନାଲ୍ ଏୟାରଲାଇନ୍ (ପିଆଇଏ) କାର୍ଯ୍ୟ ଠପ୍ ହେବାକୁ ବସିଛି । ଏହା ପୂର୍ବରୁ ପିଆଇଏକୁ ଲିଜ୍‌ରେ ନେଇଥିବା ୧୩ ବିମାନ ମଧ୍ୟରୁ ୫ ବିମାନର ଉଡ଼ାଣ ରଦ୍ଦ କରିବାକୁ ପଡ଼ିଛି । ଆଉ ୪ ବିମାନର ଉଡ଼ାଣ ମଧ୍ୟ ରଦ୍ଦ ହେବାର ସମ୍ଭାବନା ରହିଛି । ପିଆଇଏରୁ ଠିକ୍ ଭାବେ ପରିଚାଳନା ପାଇଁ ଏବେ ୨୩ ବିଲିୟନ୍ ପାକିସ୍ତାନୀ ଟଙ୍କା (୬୩୬ କୋଟି ଟଙ୍କା)ର ଆବଶ୍ୟକତା ରହିଛି । ବିବିସି ରିପୋର୍ଟ ଅନୁସାରେ ଆରବ ଦେଶରେ ଇନ୍ଧନ ଅର୍ଥ ପଇଠ ନକରିବା ଯୋଗୁଁ ପିଆଇଏର କେତେକ ବିମାନକୁ ଉଡ଼ାଣରୁ ରୋକିଦିଆଯାଇଛି । ପିଆଇଏ ଉପରେ ୨୦ ହଜାର କୋଟିରୁ ଉର୍ଦ୍ଧ୍ୱ ଋଣ ହୋଇସାରିଲାଣି, ଯାହା ଏହାର ମୋଟ ସମ୍ପତ୍ତିର ପାଞ୍ଚଗୁଣ । ଜିଓ ନ୍ୟୁଜ୍ ଅନୁସାରେ ଯଦି ପିଆଇଏକୁ ଠିକ୍ ସମୟରେ ଜରୁରୀ ଆର୍ଥିକ ସହାୟତା ନମିଳେ ତେବେ ସେପ୍ଟେମ୍ବର ମଧ୍ୟରେ ଏହାର ସମସ୍ତ ଉଡ଼ାଣ ରଦ୍ଦ କରିବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking