29.4 C
Bhubaneswar
Saturday, May 4, 2024
Homeଓଡିଶାପ୍ରକାଶ ପାଇଲା ଚୂଡ଼ାନ୍ତ ଫଟୋ ଭୋଟର୍ ତାଲିକା : ରାଜ୍ୟରେ ମୋଟ୍ ୩.୨୩ କୋଟି ଭୋଟର୍

ପ୍ରକାଶ ପାଇଲା ଚୂଡ଼ାନ୍ତ ଫଟୋ ଭୋଟର୍ ତାଲିକା : ରାଜ୍ୟରେ ମୋଟ୍ ୩.୨୩ କୋଟି ଭୋଟର୍

ଭୁବନେଶ୍ୱର: ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଛି ଚୂଡ଼ାନ୍ତ ଫଟୋ ଭୋଟର୍ ତାଲିକା ୨୦୨୩ । ଏହି ତାଲିକା ଅନୁଯାୟୀ ରାଜ୍ୟରେ ମୋଟ୍ ୩ କୋଟି ୨୩ ଲକ୍ଷ ୪୯ ହଜାର ୩୪୧ ଭୋଟର୍ ଅଛନ୍ତି । ସେଥିମଧ୍ୟରୁ ୧ କୋଟି ୬୪ ଲକ୍ଷ ୯୬ ହଜାର ୧୫୩ ପୁରୁଷ ଓ ୧ କୋଟି ୫୮ ଲକ୍ଷ ୪୯ ହଜାର ୯୬୬ ମହିଳା ଏବଂ ୩,୨୨୨ ଜଣ ତୃତୀୟଲିଙ୍ଗ ଅନ୍ତର୍ଭୁକ୍ତ । ଏତଦ୍‌ବ୍ୟତୀତ ଭୋଟର୍ ତାଲିକା ସଂଶୋଧନ କାର୍ଯ୍ୟ ମଧ୍ୟରେ ୧୭ ବର୍ଷରୁ ଅଧିକ ୭୮,୨୬୦ ଜଣ ଯୁବ ଭୋଟରଙ୍କ ଆଗୁଆ ଦରଖାସ୍ତ ଗ୍ରହଣ କରାଯାଇଛି । ପରବର୍ତ୍ତୀ ଯୋଗ୍ୟତାସୂଚକ ତାରିଖ ସମୟରେ ସେମାନଙ୍କ ନାମ ଭୋଟର୍ ତାଲିକାରେ ଅନ୍ତର୍ଭୁକ୍ତ ହେବ । ଗୁରୁବାର ଏହି ସୂଚନା ଦେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ ରାଜ୍ୟର ୧୪୬ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୯ ନଭେମ୍ବର ୨୦୨୨ରେ ପ୍ରକାଶିତ ହୋଇଥିଲା । ଭୋଟର୍ ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଦାବି ଓ ଆପତ୍ତି, ଭୋଟର୍ ତାଲିକାରୁ ନାମ ବାଦଦେବା, ଭୋଟର୍ ତାଲିକାରେ ତ୍ରୁଟି ସଂଶୋଧନ ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରଣ କରିବା ଇତ୍ୟାଦି ଆବେଦନଗୁଡ଼ିକୁ ୯ ନଭେମ୍ବରରୁ ୮ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୫,୯୪,୬୧୩ଟି ଦରଖାସ୍ତକୁ ଭୋଟର ତାଲିକାଭୁକ୍ତ କରିବା ଲାଗି ଅନୁମୋଦନ କରାଯାଇଛି । ଭୋଟର୍ ତାଲିକାରୁ ନାମ ବାଦଦେବା ନିମନ୍ତେ ଫର୍ମ ନଂ-୭ ଜରିଆରେ ୩,୨୪,୨୩୧ ଦରଖାସ୍ତ ଗ୍ରହଣ କରାଯାଇଥିଲା । ୩,୨୦,୫୦୬ଙ୍କ ନାମ ଭୋଟର ତାଲିକାରୁ ବାଦଦେବା ନିମନ୍ତେ ଅନୁମୋଦନ ଲାଭ କରିଥିଲା । ଭୋଟର୍ ତାଲିକାରେ ତ୍ରୁଟି ସଂଶୋଧନ ଏବଂ ବାସସ୍ଥାନ ପରିବର୍ତ୍ତନ ନିମନ୍ତେ ଫର୍ମ ନଂ-୮ରେ ଗ୍ରହଣ କରାଯାଇଥିବା ୨,୧୪,୦୦୦ ଦରଖାସ୍ତକୁ ଅନୁମୋଦନ କରାଯାଇଛି । ଗୁରୁବାର ଚୂଡ଼ାନ୍ତ ଫଟୋ ଭୋଟର୍ ତାଲିକା ପ୍ରକାଶ ପାଇଛି । ୧ ଜାନୁଆରୀ ୨୦୨୩କୁ ଯୋଗ୍ୟତାସୂଚକ ତାରିଖ ଭାବେ ଗ୍ରହଣ କରାଯାଇ ରାଜ୍ୟର ୫୮ଟି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ୩୦ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାଜ୍ୟର ସବୁ ବୁଥ୍ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ରେ ୨୦୨୩ରେ ଫଟୋ ଭୋଟର୍ ତାଲିକା ପ୍ରକାଶ କରାଯାଇଛି । ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କାର୍ଯ୍ୟ ହୋଇଥିବା ଦୃଷ୍ଟିରୁ ସେଠାରେ ବର୍ତ୍ତମାନ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଚାଲୁରହିଛି । ତେବେ ୨୦୨୩ ମସିହାର ଚିଠା ଭୋଟର ତାଲିକାରେ ରାଜ୍ୟର ଲିଙ୍ଗ ଅନୁପାତ ୯୫୯ ଜଣରୁ ଚୂଡ଼ାନ୍ତ ଫଟୋ ଭୋଟର୍ ତାଲିକାରେ ଲିଙ୍ଗ ଅନୁପାତ ୯୬୧କୁ ବୃଦ୍ଧି ପାଇଛି । ସେହିପରି ୨୦୨୩ ଫଟୋ ଭୋଟର ତାଲିକା ଅନୁସାରେ ୧୮-୧୯ ବର୍ଷର ଭୋଟରଙ୍କ ସଂଖ୍ୟା ୨,୧୦,୨୬୮ରୁ ୪୪୬୭୭୯କୁ ବୃଦ୍ଧିପାଇଛି । ୨୦୨୨ର ଫଟୋ ଭୋଟର ତାଲିକାରେ ଶତକଡ଼ା ୯୯.୭୪% ଫଟୋ ନିର୍ବିାଚକ ଥିବାବେଳେ ୨୦୨୩ରେ ଚୂଡ଼ାନ୍ତ ଫଟୋ ଭୋଟର ତାଲିକାରେ ଶତକଡ଼ା ୯୯.୯୯% ଫଟୋ ନିର୍ବାଚକ ଅଛନ୍ତି । ସେହିପରି ୨୦୨୩ର ଭୋଟର୍ ଫଟୋ ପରିଚୟ ପତ୍ରଧାରୀଙ୍କ ସଂଖ୍ୟା ୯୯.୯୯%କୁ ବୃଦ୍ଧି ପାଇଛି । ୨୦୨୩ରେ ଚିଠା ଭୋଟର୍ ତାଲିକାରେ ୪୯୮୯୭ ଜଣ ସର୍ଭିସ୍ ଭୋଟର ଥିବାବେଳେ ୨୦୨୩ର ଚୂଡ଼ାନ୍ତ ଭୋଟର୍ ତାଲିକାରେ ଏହା ବୃଦ୍ଧି ପାଇ ୪୯୯୧୯ ଜଣ ହୋଇଛି ବୋଲି ସେ କହିଛନ୍ତି ।
ଶ୍ରୀ ଲୋହାନୀ କହିଛନ୍ତି ଯେ ଫଟୋ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର୍‌ର ଫଟୋ ଭୋଟର୍ ପରିଚୟ ପତ୍ର ସ୍ପିଡ଼୍ ପୋଷ୍ଟ ଡାକ ଯୋଗେ ଘର ଠିକଣାରେ ବିନା ମୂଲ୍ୟରେ ପହଞ୍ଚିବ । ଫଟୋ ଭୋଟର୍ ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ସମୟରେ ସମାଜର ନିର୍ଦ୍ଦିଷ୍ଟ ଦୁର୍ବଳ ଶ୍ରେଣୀର ଆଦିମ ଜନଜାତି ନିର୍ବାଚକମାନଙ୍କ ଯଥା ପିଭିିଟିଜି, ତୃତୀୟଲିଙ୍ଗ, ଯୌନକର୍ମୀ ଏବଂ ଭିନ୍ନକ୍ଷମମାନଙ୍କୁ ଫଟୋ ଭୋଟର ତାଲିକାଭୁକ୍ତ କରିବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା । ନିର୍ଦ୍ଦିଷ୍ଟ ଦୁର୍ବଳ ଶ୍ରେଣୀର ଆଦିବାସୀମାନେ ବସବାସ କରୁଥିବା ଜିଲ୍ଲାରେ ୨୨୭ଟି ସ୍ୱତନ୍ତ୍ର ପ୍ରଚାର ଅଭିଯାନ କରାଯାଇ ଯୋଗ୍ୟ ନିର୍ବାଚକଙ୍କୁ ତାଲିକାଭୁକ୍ତ କରାଯାଇଛି ବୋଲି ସିଇଓ ସ୍ପଷ୍ଟ କରିଛନ୍ତି ।

– ପୁରୁଷ-୧,୬୪,୯୬,୧୫୩,
– ମହିଳା- ୧,୫୮,୪୯,୯୬୬
– ତୃତୀୟଲିଙ୍ଗ- ୩୨୨୨

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking