29.4 C
Bhubaneswar
Saturday, May 4, 2024
Homeଓଡିଶାକନିଷ୍ଠ ମେଧାବୃତ୍ତି ଆବେଦନ ଅବଧି ବଢ଼ିଲା

କନିଷ୍ଠ ମେଧାବୃତ୍ତି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର: ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୨-୨୩ କନିଷ୍ଠ ମେଧାବୃତ୍ତି ଅନଲାଇନ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଯାଇଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁଗ୍ମ ନିର୍ଦେଶକ ଡ. ସନାତନ ପଣ୍ଡା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ ଜରିଆରେ କନିଷ୍ଠ ମେଧା ଛାତ୍ରବୃତ୍ତି ପାଇଁ ଆବେଦନର ଶେଷ ତାରିଖ ଅବଧିକୁ ବଢ଼ାଯାଇଛି । କୋଭିଡ୍‌-୧୯ ମହାମାରୀ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଏବଂ ସଚେତନତାର ଅଭାବ ଯୋଗୁ ୨୦୨୧-୨୨ରେ ଏକାଦଶ ଶ୍ରେଣୀରେ ପଢ଼ୁଥିବାବେଳେ ଏହି ଛାତ୍ରଛାତ୍ରୀ ଆବେଦନ କରିପାରିନଥିଲେ । ଏହାକୁ ଦୃଷ୍ଟିରେ ରଖି ଆବେଦନ ଅବଧିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଧ୍ୟକ୍ଷଙ୍କ ଦ୍ୱାରା ଆବେଦନଗୁଡ଼ିକର ଭାଲିଡେସନର ଶେଷ ତାରିଖ ଫେବ୍ରୁଆରୀ ୬ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking