28.1 C
Bhubaneswar
Sunday, May 12, 2024
Homeଓଡିଶା୧୬ରେ +୨ ଏକ୍ସପୋର୍ଟ କମିଟିର ଚୂଡାନ୍ତ ବୈଠକ

୧୬ରେ +୨ ଏକ୍ସପୋର୍ଟ କମିଟିର ଚୂଡାନ୍ତ ବୈଠକ

ଭୁବନେଶ୍ୱର : ୨୦୨୧-୨୨ ଯୁକ୍ତଦୁଇ ପରୀକ୍ଷା ବାତିଲ ହେବା ପରେ ପରୀକ୍ଷାର୍ଥୀଙ୍କୁ କିପରି ମିଳିବ ମାର୍କିଂ । ଏନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ଗଠନ କରାଯାଇଇଥିବା ୧୪ଜଣିଆ ଏକ୍ସପୋର୍ଟ କମିଟିର ୨ୟ ପର୍ଯ୍ୟାୟ ବୈଠକ ଶୁକ୍ରବାର ଶେଷ ହୋଇଯାଇଛି । ତେବେ କମିଟିର ସଦସ୍ୟମାନେ ନିଜନିଜର ମତ ଉପସ୍ଥ।।ପନ କରିଥିବା ବେଳେ ୨୪୦ଟି ପଏଣ୍ଟ ଉଲ୍ଲେଖ କରାଯାଇଛି । ଆଜିର ଦ୍ୱିତୀୟ ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ବେଳେ କମିଟିର ଚୂଡାନ୍ତ ବୈଠକ ଆସନ୍ତା ୧୬ତାରିଖ ଅପରାହ୍ଣରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ସେହିଦିନ ଯେଉଁ ନିସ୍କର୍ଷ ବାହାରିବ ତାହାର  ରିପୋର୍ଟ ସିଏଚ୍‌ଏସ୍‌ଇକୁ ପ୍ରଦାନ କରାଯିବ ।

ରିପୋର୍ଟ +୨ ପରିଷଦକୁ ହସ୍ତାନ୍ତର ହେବା ପରେ ଯେଉଁ ନିସ୍କର୍ଷ ସମ୍ପର୍କରେ ଉଲ୍ଲେଖ କରାଯାଇଥିବ ସେଥିରେ ପରିବର୍ତ୍ତନ କିମ୍ବା ଅନ୍ୟ କିଛି ନୀୟମକୁ ରଖାଯିବ । ଶେଷରେ ପରିଷଦ ପକ୍ଷରୁ ଏକ ଫାଇନାଲ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ଦିଆଯିବ । ପରେ ଫଳ ପ୍ରକାଶ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ । ମାତ୍ର ପୂର୍ବରୁ ଏକାଦଶ ପରୀକ୍ଷା ହୋଇନଥିବା ବେଳେ କୌଣସି ଇଣ୍ଟରନାଲ ପରୀକ୍ଷା ପରୀକ୍ଷା ଏବଂ ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ କରାଯାଇ ନାହିଁ । ଦଶମ ମାର୍କିଂକୁ ଆଧାର କରି +୨ ମାର୍କ ପ୍ରଦାନ କରିବା ସମ୍ଭବ ନୁହେଁ । ତେଣୁ ବିନା କୌଣସି ପରୀକ୍ଷାରେ ପିଲାଙ୍କୁ ମାର୍କିଂ ଦେବା ଅର୍ଥ ଶୂନ୍ୟରୁ ନମ୍ବର ଆଣିବା ସହ ସମାନ ବୋଲି ଚର୍ଚ୍ଚା ହେଉଛି ।

ବିନା କୌଣସି ପରୀକ୍ଷା ସାଙ୍ଗକୁ ପ୍ରାକ୍ଟିକାଲ ମାର୍କିଂକୁ ନେଇ +୨ ପରିଷଦ ବାଟବଣା ହୋଇପଡ଼ିଛି । କେଉଁ ଆଧାରରେ ମାର୍କିଂ କରାଯିବ ଏବଂ ପିଲାଙ୍କୁ କିପରି ସାର୍ଟିଫିକେଟ ମିଳିବ ତାହା ଏବେ କୁହୁଡି ପହଁରିବା ସଦୃଶ ହୋଇପଡ଼ିଛି । ପ୍ରକାଶଥାଉ କି, କରୋନା ଲାଗି ଚଳିତବର୍ଷ +୨ ପରୀକ୍ଷା ବାତିଲ କରାଗଲା । ମାତ୍ର ପରୀକ୍ଷାର୍ଥୀଙ୍କୁ କିପରି ସାର୍ଟିଫିକେଟ୍ ଦିଆଯିବ ସେଥିଲାଗି ବିଚାରବିମର୍ସ କରି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ୧୪ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି । ଏହି କମିଟି  ମାପଦଣ୍ଡ ନିର୍ଦ୍ଧାରଣ କରି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବା ପରେ  ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯିବ ।

ତେବେ ଆଜିସୁଧ୍‌ା ୨ଟି ବୈଠକ ଶେଷ ହୋଇଥିବା ବେଳେ ୧୬ତାରିଖ ବୈଠକ ଉପରେ ସଭିଙ୍କ ନଜର ରହିଛି । ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷା ନହୋଇ କିପରି ମାର୍କିଂ ହେବ ତାହା ଉପରେ ଛାତ୍ରଛାତ୍ରୀ ଅପେକ୍ଷା କରିବସିଛନ୍ତି । ରାଜ୍ୟରେ ୨୦୬୨ଟି ଜୁନିୟର କଲେଜ ରହିଛି । କଳା,ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ସାଢ଼େ ୩ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି । କରୋନା ଲାଗି  ଚଳିତ ବର୍ଷର +୨ ପରୀକ୍ଷା ୭୦ ପ୍ରତିଶତ ପାଠ୍ୟକ୍ରମ ଆଧାରରେ କରିବାକୁ ନିଷ୍ପତ୍ତି ହୋଇଥିଲା । କରୋନା ପାଇଁ ବିଭାଗ ପକ୍ଷରୁ ପୂର୍ବରୁ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ମଧ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking