18.1 C
Bhubaneswar
Saturday, November 23, 2024
Homeଓଡିଶାବିଏମସିର ଚରମ ନିଷ୍ପତ୍ତି; ଏଣିକି ରାଜଧାନୀର କୌଣସି ଛାତ ଉପରେ ରହିବନି ହୋର୍ଡିଂ

ବିଏମସିର ଚରମ ନିଷ୍ପତ୍ତି; ଏଣିକି ରାଜଧାନୀର କୌଣସି ଛାତ ଉପରେ ରହିବନି ହୋର୍ଡିଂ

ଭୁବନେଶ୍ୱର: ବିଏମସିର ଚରମ ନିଷ୍ପତ୍ତି । ଏଣିକି ରାଜଧାନୀର କୌଣସି ଛାତ ଉପରେ ରହିବନି ହୋର୍ଡିଂ । ହୋର୍ଡିଂ ହଟାଇବା ବିଏମସି ପୂର୍ବରୁ ଅନେକ ଥର ନୋଟିସ ଜାରି କରିଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରିନି । ଫଳରେ ଅସୁରକ୍ଷିତ ହୋର୍ଡ଼ିଂକୁ ନେଇ ଲୋକଙ୍କ ମଧ୍ୟରେ ଲାଗି ରହିଥିଲା ଅସନ୍ତୋଷ । ବେନିୟମ ହୋର୍ଡିଂ ଯୋଗୁଁ ବିଏମସିକୁ ମଧ୍ୟ ରାଜସ୍ୱ କ୍ଷତି ସହିବାକୁ ପଡୁଥିଲା । ବିଳମ୍ବରେ ହେଲେ ବି ପଦକ୍ଷେପ ନେଇଛି ବିଏମସି । ହୋର୍ଡିଂ ହଟାଇବା ନେଇ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି ଦାୟିତ୍ୱ । ବିଳମ୍ବରେ ହେଲେ ବି ବିଏମସିକୁ ଘାରିଲା ରାଜଧାନିବାସୀଙ୍କ ସୁରକ୍ଷା ଚିନ୍ତା । ଛାତ ଉପରୁ ହଟିବ ବେନିୟମ ତଥା ଅସୁରକ୍ଷିତ ହୋର୍ଡିଂ ।

ବେନିୟମ ହୋର୍ଡିଂ ଯୋଗୁଁ ବଦନାମ ସହିତ ରାଜସ୍ୱ କ୍ଷତି ସହୁଥିଲା ବିଏମସି । ଶେଷ ହୋଇଛି ହୋର୍ଡିଂ ହଟାଇବା ନେଇ ବିଏମସି ଦେଇଥିବା ଅବଧି । ସ୍ମାର୍ଟସିଟି ଭୁବନେଶ୍ୱରର ଅଧିକାଂଶ ଘରର ଛାତ ଉପରେ ଠିଆ ହୋଇଛି ବଡ଼ ବଡ଼ ହୋର୍ଡିଂ ବା ବିଜ୍ଞାପନ । ବହୁ ପୁରୁଣା ଘରର ଛାତ ଉପରେ, ଜନଗହଳି ପୂର୍ଣ ସ୍ଥାନରେ ଲୁହାର ଫ୍ରେମରେ ନିର୍ମାଣ ଏସବୁ ହୋର୍ଡିଂ ବିପଦପୂର୍ଣ୍ଣ । ଯେକୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିପାରେ । ବେନିୟମ ତଥା ଅସୁରକ୍ଷିତ ଅବସ୍ଥାରେ ଥିବା ହୋର୍ଡିଂ ଯୋଗୁଁ ବିଏମସି ରାଜସ୍ୱ ମଧ୍ୟ ହରାଉଛି । ପୂର୍ବରୁ ହୋର୍ଡିଂ ହଟାଇବା ନେଇ ବିଜ୍ଞାପନ ସଂସ୍ଥା ଓ ସମ୍ପୃକ୍ତ ଗୃହ ମାଲିକଙ୍କୁ ନୋଟିସ ଦେଇଥିଲା ବିଏମସି । ନୋଟିସ ଅବଧି ଶେଷ ପରେ ଏବେ ଆକ୍ସନ ମୋଡ଼ରେ କର୍ତ୍ତୃପକ୍ଷ । ଏକ ଘରୋଇ ସଂସ୍ଥାକୁ ହୋର୍ଡିଂ ହଟାଇବା ପାଇଁ ନିୟୋଜିତ କରାଯାଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking