ଯାଜପୁର: ଯାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସର ରେ ଆହ୍ୱାନ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର ଆଖିର ଶୁଭ ମହୁରତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁରର ପ୍ରାକ୍ତନ ଜିଲ୍ଲାପାଳ ତଥା ଓଡ଼ିଆ ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ ଯୋଗ ଦେଇ ଯାଜପୁରରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ। ସେ ଖୁସି ବେକ୍ତ କରିବା ସହ ସବୁ ଜଗନ୍ନାଥ ଓ ମା ବିରଜାଙ୍କ ଆଶ୍ରିବାଦରୁ ହେଉଅଛି ବୋଲି ମତବ୍ୟକ୍ତ କରିବା ସହ ଯାଜପୁର ହେଉଛି କଳା ସଂସ୍କୃତିର ମାଟି ଏହି ଜାଗାରେ ଜିଲ୍ଲାପାଳ ଥିବାବେଳେ ଗୀତିକାର ଭାବେ ପରିଚୟ ପାଇଥିଲେ।ଆଜି ବି ସେ ଯାଜପୁର ବାସ ଙ୍କ ସାଙ୍ଗରେ ଅଛନ୍ତି।ଯେ ମନ ଭାବୁଥାଏ ଯାହା ପ୍ରଭୁ ଦିଅନ୍ତି ତାହା।ସେ ଲେଖା ଲେଖି ସହିତ କଳାର ବିକାଶ ପାଇଁ ଚେଷ୍ଟା କରୁଥିବାରୁ ସେହି ବିଭାଗର ନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଥିବାରୁ ଖୁସି ବ୍ୟକ୍ତ କରିଥିଲେ।ଅନ୍ୟତମ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ବାଙ୍କୁ ଭାଇ, ବ୍ରଜ ଭାଇ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ଦେବା ସହିତ ଚଳଚ୍ଚିତ୍ରଟି ରାଜ୍ୟରେ ସୁନାମ ଅର୍ଜନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।ଉଦଘାଟକ ଭାବେ ଚଳଚ୍ଚିତ୍ର ଅଭିନେତା ତଥା ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ବାଇଁ ଯୋଗ ଦେଇ ଆହ୍ୱାନର ସମସ୍ତ କାର୍ଯ୍ୟକ୍କର୍ତ୍ତା ଓ ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦେଶକ ବିଶ୍ୱଜିତ ସାହୁ ଏଭଳି ଉଦ୍ୟମକୁ ସ୍ୱାଗତ କରିଥିଲେ।ଅନ୍ୟତମ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତପନ କୁମାର ଦାସ ପ୍ରମୁଖ ଯୋଗ ଦେଇ ଚଳଚ୍ଚିତ୍ରର ଉତ୍ତରତର କାମନା କରିଥିଲେ ।ସମାଜସେବୀ ହୃଷିକେଶ ପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ନିର୍ଦେଶକ ବିଶ୍ୱଜିତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ