17.1 C
Bhubaneswar
Friday, January 10, 2025
Homeଖେଳଏଫ୍‌ଆଇଏଚ୍ ବାର୍ଷିକ ପୁରସ୍କାର:ଦୌଡ଼ରେ ହରମନ୍‌ପ୍ରୀତ୍‌, ସବିତା ଓ ଶ୍ରୀଜେଶ୍

ଏଫ୍‌ଆଇଏଚ୍ ବାର୍ଷିକ ପୁରସ୍କାର:ଦୌଡ଼ରେ ହରମନ୍‌ପ୍ରୀତ୍‌, ସବିତା ଓ ଶ୍ରୀଜେଶ୍

ଲୌସେନ୍ : ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରିବା ସକାଶେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି ଦୌଡ଼ରେ ଭାରତୀୟ ପୁରୁଷ ଓ ମହିଳା ଦଳର ୩ ଜଣ ଖେଳାଳି ସାମିଲ୍ ହୋଇଛନ୍ତି । ସେମାନେ ହେଲେ ଭାରତୀୟ ପୁରୁଷ ହକି ଦଳର ଉପଅଧିନାୟକ ହରମନ୍‌ପ୍ରୀତ୍ ସିଂହ, ଭେଟେରାନ୍ ଗୋଲକିପର୍ ପିଆର୍ ଶ୍ରୀଜେଶ୍ ଓ ମହିଳା ଦଳର ଅଧିନାୟିକା ତଥା ଗୋଲକିପର୍ ସବିତା ପୁନିଆ । ହରମନ୍‌ପ୍ରୀତ୍ ଶ୍ରେଷ୍ଠ ପୁରୁଷ ଖେଳାଳି ଦୌଡ଼ରେ ରହିଥିବା ବେଳେ ଶ୍ରୀଜେଶ୍ ଶ୍ରେଷ୍ଠ ପୁରୁଷ ଗୋଲକିପର୍ ଓ ସବିତା ଶ୍ରେଷ୍ଠ ମହିଳା ଗୋଲକିପର୍ ଦୌଡ଼ରେ ସାମିଲ୍ ଅଛନ୍ତି । ହରମନ୍‌ପ୍ରୀତ୍‌ଙ୍କ ସହ ବର୍ଷର ଶ୍ରେଷ୍ଠ ଖେଳାଳି ଦୌଡ଼ରେ ଦୁଇ ଜଣ ବେଲଜିୟମ୍ ଖେଳାଳି ଆର୍ଥର୍ ଡି ସ୍ଲୁଭର୍ ଓ ଟମ୍ ବୁନ୍‌, ଜର୍ମାନୀର ନିକଲାସ୍ ୱେଲେନ୍ ଓ ନେଦରଲାଣ୍ଡ୍‌ସର ଥିଏରୀ ବ୍ରିଙ୍କମାନ୍ ରହିଛନ୍ତି ।

କିନ୍ତୁ ମହିଳା ଖେଳାଳି ଦୌଡ଼ରେ କୌଣସି ଭାରତୀୟ ସ୍ଥାନ ପାଇପାରିନାହାନ୍ତି । ଗତ ବର୍ଷ ହରମନ୍‌ପ୍ରୀତ୍ ବର୍ଷର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ଅନ୍ୟ ବିଭାଗଗୁଡ଼ିକରେ ମଧ୍ୟ ଭାରତୀୟ ଖେଳାଳିଙ୍କ ଦବ୍‌ଦବା ରହିଥିଲା । ଉକ୍ତ ବର୍ଷ ଭାରତ ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ବିଭାଗରେ ବ୍ରୋଞ୍ଜ୍ ପଦକ ଜିତିଥିଲା । ହରମନ୍‌ପ୍ରୀତ୍‌, ଶ୍ରୀଜେଶ୍ ଓ ସବିତାଙ୍କ ବ୍ୟତୀତ ପୁରୁଷ ଦଳର କୋଚ୍ ଗ୍ରାହାମ୍ ରିଡ୍ ଓ ମହିଳା ଦଳର କୋଚ୍ ଜାନେକ୍ ସ୍କୋପ୍‌ମାନ୍ ମଧ୍ୟ ବର୍ଷର ଶ୍ରେଷ୍ଠ କୋଚ୍ ଦୌଡ଼ରେ ସ୍ଥାନ ପାଇଛନ୍ତି । ଏହି ପୁରସ୍କାର ପାଇଁ ନିଜର ପସନ୍ଦର ଖେଳାଳି, ଗୋଲକିପର୍‌, କୋଚ୍‌ମାନଙ୍କୁ ଖେଳାଳି, କୋଚ୍‌, ମିଡିଆ ଓ ପ୍ରଶଂସକମାନେ ସେମାନଙ୍କ ଭୋଟ୍ ଦେଇପାରିବେ । ମଙ୍ଗଳବାରଠାରୁ ଏହି ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ଏହା ଶେଷ ହେବ ବୋଲି ଏଫ୍‌ଆଇଏଚ୍ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking