29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକାଗଜ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଜଣ ଜୀବନ୍ତ ଦଗ୍ଧ

କାଗଜ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଜଣ ଜୀବନ୍ତ ଦଗ୍ଧ

ଅମରାବତୀ: ଆନ୍ଧ୍ରପ୍ରଦେଶର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତୋର ସହରର ରାଙ୍ଗାଚାରି ନିକଟରେ ଥିବା ଏକ କାଗଜ ତିଆରି କାରଖାନାରେ ନିଆଁ ଲାଗିଯାଇଥିଲା । ଏଥିରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ରହିଛି । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଚିତ୍ତୋର ସହରର ରାଙ୍ଗାଚାରି ନିକଟରେ ଥିବା ଏକ କାଗଜ ତିଆରି କାରଖାନାରେ ହଠାତ୍‌ ନିଆଁ ଲାଗିଯାଇଥିଲା ।

ନିଆଁ ଲାଗିବା ସମୟରେ କାରଖାନାର ମ୍ୟାନେଜରଙ୍କ ସମେତ ତାଙ୍କ ପୁଅ ଏବଂ ଜଣେ କର୍ମଚାରୀ ଉପସ୍ଥିତ ରହିଥିଲେ । ଫଳରେ ୩ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ରହିଛି । ମୃତକମାନେ ହେଲେ କମ୍ପାନୀ ମାଲିକ ଭାସ୍କର(୬୫), ତାଙ୍କ ପୁଅ ଡେଲ୍ଲିବାବୁ, ଏବଂ ବାଲାଜୀ(୨୫) ବୋଲି ଜଣାପଡିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।ତେବେ କାରଖାନା ମାଲିକ ଭାସ୍କରଙ୍କ ପୁଅ ଡେଲ୍ଲିବାବୁ ଏକ ସଫ୍ଟଓ୍ବେୟାର କମ୍ପାନୀରେ କାର୍ଯ୍ୟ କରୁଥିଲେ । ଜନ୍ମଦିନରେ ପୁଅର ମୃତ୍ୟୁ ହେବା ଯୋଗୁଁ ପରିବାର ଲୋକେ ଭାଙ୍ଗିପଡିବା ସହ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାରଖାନାରେ ନିଆଁ ଲାଗିବା ପରେ ହଠାତ୍‌ ଚାରିଆଡେ ବ୍ୟାପି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ଅଗ୍ନିଶମ ବାହିନୀ ସହ ପୋଲିସକୁ ଖବର ଦେଇଥିଲେ ।

ତେବେ ଅଗ୍ନିଶମ କର୍ମଚାରୀଙ୍କ ପହଞ୍ଚିବାରେ ବିଳମ୍ବ ହେବାରୁ ସ୍ଥାନୀୟଲୋକେ କାରଖାନାର କାନ୍ଥ ଭାଙ୍ଗି ମାଲିକଙ୍କ ସହ କର୍ମଚାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଚିତ୍ତୋର ଟାଉନଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking