ନୂଆଦିଲ୍ଲୀ : ବିଶ୍ୱାସ ଓ ଭରସା ନେଇ ରୋଗୀଟିଏ ଯାଇଥାଏ ଡାକ୍ତରଖାନା । ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଇଥାଏ । ହେଲେ ଏହି ନର୍ସ ଜଣଙ୍କ ଶିଶୁ ଉପରେ ଏଭଳି କାମ କରିଛନ୍ତି ତାଙ୍କୁ ନିଲମ୍ବିତ କରିବାକୁ ପ୍ରଶାସନ ବାଧ୍ୟ ହେଲା । କ୍ଷତ ଜାଗାରେ ସିଲେଇ ନକରି ଫେଭିକ୍ୱିକ ମାରିଲେ ନର୍ସ । ଏଭଳି ଘଟଣା କର୍ଣ୍ଣାଟକରୁ ଆସିଛି । ଜାନୁଆରୀ ୧୪ ତାରିଖରେ ସାତ ବର୍ଷର ଶିଶୁର ଗାଲରେ ଆଘାତ ଲାଗିଥିଲା । ସେହି ସ୍ଥାନରୁ ରକ୍ତସ୍ରାବ ହେଉଥିଲା । ଏଣୁ ତାଙ୍କ ବାପା ମା ଶୀଘ୍ର ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ନର୍ସଟି ଏଭଳି ଉପଚାର କରିଥିଲେ ଯେ ବାପା , ମାକୁ ଚକିତ କରିଦେଇଥିଲା । ନର୍ସଟି ମେଡିସିନ ବଦଳରେ ଫେଭିକ୍ୱିକ ଲଗାଇଥିଲେ । ତାପରେ ଶିଶୁର ବାପା ମା ପୋଲିସରେ ନର୍ସଙ୍କ ବିରୁଦ୍ଧରେ ଅଭିଯୋଗ ଦେଇଥିଲେ । ସମସ୍ତ ପ୍ରମାଣ ମଧ୍ୟ ଦେଇଥିଲେ । ଏହା ପରେ ପୋଲିସ ନର୍ସକୁ ଅନ୍ୟ ଏକ ସ୍ୱସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲା । ହେଲେ ସ୍ଥନୀୟ ଲୋକଙ୍କ ଦାବି , ଚାପରେ ନର୍ସକୁ ତୁରନ୍ତ ନିଲମ୍ବନ କରାଯାଇଥିଲା । ସୂଚନା ଅନୁସାରେ ଛୁଆଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ସମସ୍ତଙ୍କ ନଜର ଶିଶୁ ଉପରେ ରହିଛି ।