30.1 C
Bhubaneswar
Monday, October 21, 2024
Homeଓଡିଶାସୋସିଆଲ ମିଡ଼ିଆରେ ଏପରି କିଛି କହିଲେ ଅନୁଭବ

ସୋସିଆଲ ମିଡ଼ିଆରେ ଏପରି କିଛି କହିଲେ ଅନୁଭବ

ଭୁବନେଶ୍ୱର: ଛାଡ଼ପତ୍ର ଆବେଦନ କଟକ ଫ୍ୟାମିଲି କୋର୍ଟରେ ଖାରଜ ହେବା ପରେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ଷ୍ଟାର କପଲ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। ଉଭୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନ ଖାରଜ ହୋଇଯାଇଛି। ଅନୁଭବ ମହାନ୍ତି ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ତେବେ ଏହି ଆବେଦନ ଖାରଜ ହେବା ପରେ ଫ୍ୟାମିଲି କୋର୍ଟ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ଅନୁଭବ ମହାନ୍ତି।

ଏହି ଛାଡ଼ପତ୍ର ଆବେଦନ ଖାରଜ ହେବା ପରେ ଫ୍ୟାମିଲି କୋର୍ଟ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। କ୍ଷୋଭ ପ୍ରକାଶ କରି ସେ ବିଗତ ଦିନରେ ଫ୍ୟାମିଲି କୋର୍ଟ ବିପକ୍ଷରେ ହାଇକୋର୍ଟକୁ ଲେଖିଥିବା ଏକ ଚିଠି ନିଜ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଏହି ଚିଠିକୁ ସେୟାର କରି ସେ ଲେଖିଛନ୍ତି କି ମୁଁ ଏହି ଚିଠିକୁ କେବେ ସାର୍ବଜନୀନ କରିବାକୁ ଚାହୁଁନଥିଲି। କିନ୍ତୁ ପରିସ୍ଥିତି ମୋତେ ଅସହାୟ କରିଥିବା ବେଳେ ମୁଁ ବାଧ୍ୟ ହେଉଛି ଏହି ଚିଠିକୁ ସାର୍ବଜନୀନ କରିବାକୁ। ସାଂସଦ ଶ୍ରୀ ମହାନ୍ତି ତାଙ୍କ ସୋସିଆଲ ମିଡ଼ିଆରେ କହିଛନ୍ତି କି ମୁଁ ଫ୍ୟାମିଲି କୋର୍ଟର ବିଚାରପତିଙ୍କୁ ସମ୍ମାନ କରୁଛି। କିନ୍ତୁ ମୁଁ ଜଣେ ନିର୍ବାଚିତ ପ୍ରତିନିଧି ହୋଇଥିବାରୁ  ଫ୍ୟାମିଲି କୋର୍ଟର ଏହି ନିଷ୍ପତ୍ତି କିଭଳି ଐତିହାସିକ ହୋଇଛି ମୁଁ ବୁଝି ପାରୁନାହିଁ। ଯେତେବେଳେ କି ମୁଁ ସବୁ ପ୍ରମାଣ କୋର୍ଟରେ ଦେଇସାରିଛି।

ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ସେ ତାଙ୍କ ଚିଠିରେ ଲେଖିଛନ୍ତି କି କୋର୍ଟରେ ଦାଖଲ କରିଥିବା ସମସ୍ତ ପ୍ରମାଣ ମୋ ସପକ୍ଷରେ ରହିଥିବା ବେଳେ ଫ୍ୟାମିଲି କୋର୍ଟ କିଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଅନୁଭବ ତାଙ୍କ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି। ଏପରିକି ପ୍ରତିପକ୍ଷ ପାର୍ଟି ପକ୍ଷରୁ ମୋତେ ମାନସିକ ନିର୍ଯାତନା ପ୍ରଦାନ କରାଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିବା ଯାଚିକାକୁ ଗତ ଶୁକ୍ରବାର ଫ୍ୟାମିଲ କୋର୍ଟ ଖାରଜ କରିଦେଇଛନ୍ତି। ସେପଟେ ସ୍ୱାମୀ-ସ୍ତ୍ରୀ ଭାବେ ରହିବାକୁ ଅଭିନେତ୍ରୀ ତଥା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି କୋର୍ଟ। ସେପଟେ ବର୍ଷା ଓ ଅନୁଭବ ମହାନ୍ତି ଗୋଟିଏ ଜାଗାରେ ରହିପାରିବେନି କି ଛାଡ଼ପତ୍ର ମଧ୍ୟ ଦେଇ ପାରିବେନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ ୨୦୨୦ ମସିହାରୁ ଅନୁଭବ ଏବଂ ବର୍ଷାଙ୍କ ଭିତରେ ବିବାଦ ଲାଗି ରହିଥିଲା ଏବଂ ଏହି ମାମଲା ପରିବାର କୋର୍ଟରେ ବିଚାରାଧୀନ ଥିଲା। ହାଇକୋର୍ଟଙ୍କ ଆଦେଶ କ୍ରମେ  ଏବେ ପରିବାର କୋର୍ଟ ତାଙ୍କ ଆବେଦନ ଶୁଣାଣି କରିଥିଲେ। ଏହାପରେ ଅନୁଭବଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହାସହ ବର୍ଷାଙ୍କ ଆବେଦନକୁ ମଧ୍ୟ ଖାରଜ ରାଯାଇଛି। ’କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ଉଭୟ ଏକାଠି ରହିବାର ସମ୍ଭାବନା ରହୁନାହିଁ। ଆମେ କୋର୍ଟଙ୍କ ଏହି ଆଦେଶକୁ ପୁଙ୍ଖାନୁପୁଙ୍ଖ ପଢ଼ିଲାପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଥିଲେ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking