30.1 C
Bhubaneswar
Thursday, April 25, 2024
Homeଅପରାଧଦୁଷ୍କର୍ମକାରୀକୁ ଏନକାଉଣ୍ଟର ଭୟ...

ଦୁଷ୍କର୍ମକାରୀକୁ ଏନକାଉଣ୍ଟର ଭୟ…

କଟକ : ନାବାଳିକାକୁ ଅପହରଣ ପରେ ପୁରୀରେ ପୁଲିସ କ୍ବାର୍ଟରରେ ଗଣଦୁଷ୍କର୍ମ କରାଯିବା ଘଟଣାରେ ଗିରଫ ହୋଇ ଜେଲ୍‌ରେ ଥିବା ରାଜେଶ କୁମାର ସେଠୀଙ୍କୁ ଏବେ ଏନ୍‌କାଉଣ୍ଟର ଭୟ ମାଡି ବସିଛି । ତେବେ ଏହି ଆଶଙ୍କାରେ ସେ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଥିବାର ଜଣା ପଡିଛି । ପୂର୍ବରୁ ଘଟଣାର ସିବିଆଇ କିମ୍ବା ଅନ୍ୟ କୌଣସି ସ୍ବାଧୀନ ଏଜେନ୍ସି ଦ୍ବାରା ତଦନ୍ତ ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ। ମୂଳ ଆବେଦନରେ ସେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଉଲ୍ଲେଖ କରି ନ ଥିବାବେଳେ ତାଙ୍କୁ ଏଥିରେ ସଂଶୋଧନ ପାଇଁ ଅନୁମତି ପ୍ରଦାନ କରାଯାଉ ବୋଲି ଦର୍ଶାଇ ସେ ଅନ୍ତରୀଣ ଆବେଦନ ଦାଖଲ କରିଥିଲେ।
ଶ୍ରୀ ସେଠୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ପୁଲିସ ହେପାଜତରେ ସେ ଅସୁରକ୍ଷିତ ମଣୁଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ରହିଥିବାର ସେ ଅନୁଭବ କରୁଛନ୍ତି । ନିକଟରେ ହାଇଦ୍ରାବଦରେ ଘଟିଥିବା ଘଟଣା ପରେ ତାଙ୍କୁ ନିର୍ଯାତନା ଦିଆଯିବାର ଆଶଙ୍କା ରହିଛି। ଏଥିସହିତ ଏନ୍‌କାଉଣ୍ଟର ମଧ୍ୟ କରାଯିବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ତାଙ୍କ ଅଧିକାର ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନିଆଯିବା ଉଚିତ ବୋଲି ରା‌ଜେଶଙ୍କ ପକ୍ଷରୁ ଆବେଦନରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜେଶଙ୍କ ମୂଳ ଆବେଦନ ସହିତ ସଂ‌ଶୋଧନ ସଂପର୍କିତ ଅନ୍ତରୀଣ ଆବେଦନର ଶୁଣାଣି କରିଛନ୍ତି। ଅନ୍ତରୀଣ ଆବେଦନକୁ ଖଣ୍ଡପୀଠ ଗ୍ରହଣ କରିବା ସହିତ ଏହି ଘଟଣାର ତଦନ୍ତର ସାନି ସ୍ଥିତି ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ବିସ୍ତୃତ ବିବରଣୀ ଦାଖଲ ପାଇଁ ସରକାରଙ୍କୁ ନ‌ିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ଜାନୁଆରି ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। ଶ୍ରୀ ସେଠୀଙ୍କ ପକ୍ଷରୁ ପୂର୍ବରୁ ପୁରୀ ପୁଲିସ କରୁଥିବା ତଦନ୍ତ ଉପରେ ଭରସା ନଥିବା ଦର୍ଶାଇ ସିବିଆଇ, କ୍ରାଇମବ୍ରାଞ୍ଚ କିମ୍ବା କୌଣସି ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ବ ପ୍ରଦାନ କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଥିବାର ସୂଚନା ମିଳିଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking