ଭୁବନେଶ୍ୱର: ରାଜଧାନୀକୁ କଲବଲ କରୁଛି ଡେଙ୍ଗୁର ଭୟ । ଏଭଳି ସ୍ଥିତିରେ ବିଏମ୍ସି ଯେତେ ତତତ୍ପରତା ଦେଖାଇଲେ ବି ଡେଙ୍ଗୁର କାୟା ବଢ଼ିବଢ଼ି ଚାଲିଛି । କେତେକ ସ୍ଥାନରେ ଡ୍ରେନର ସମସ୍ୟା ବାଧକ ସାଜୁଥିବାବେଳେ ଆଉ କେତେକ ଜାଗାରେ ବଡ଼ବଡ଼ ଗର୍ତ୍ତହୋଇ ପାଣି ଜମୁଥିବାରୁ ଡେଙ୍ଗୁର ସ୍ଥିତି ଅଧିକ ମାତ୍ରାରେ ବ୍ୟାପୁଛି । ସବୁଆଡେ ସଚେତନ ବର୍ତ୍ତା ପ୍ରଦାନକରିବା ସହିତ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏନେଇ ସଚେତନ କରାଯାଉଛି । ପ୍ରତେକ ଶନିବାର ‘ଡ୍ରାଏ ଡେ’ମଧ୍ୟ ପାଳନ କରାଯାଇଛି । ବିଏମ୍ସିର କର୍ମଚାରୀ ଗଳିକନ୍ଦି ବୁଲି ମଶାଙ୍କ ବଶଂବୃଦ୍ଧି ସ୍ଥଳକୁ ଖୋଜିବା ସହ ନଷ୍ଟ କରୁଛନ୍ତି । ଏଣେ କିନ୍ତୁ ଡେଙ୍ଗୁ ବୋଲ ମାନୁନାହିଁ ।
ଏହି ପରିପ୍ରେକ୍ଷରେ ଚଳିତ ସପ୍ତାହରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ଥିବାବେଳେ ଆଜି ଏହି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହୋଇ୪ଶହ୫୦ରୁ ଅଧିକ ହୋଇଛି । ଏପରି ସ୍ଥଳେ ରାଜଧାନୀ ବାସୀଙ୍କୁ ସତର୍କ ରହିବାକୁ ବିଏମ୍ସି ପକ୍ଷରୁ ବହୁ ସଚେତନ ମୂଳକ କାର୍ଯ୍ୟକ୍ରମ କରାଯାଇ ସଚେତନ କରାଯାଇଛି । ଯେଉଁ ଅଞ୍ଚଳରେ ଡେଙ୍ଗୁର ସ୍ଥିତି ସଙ୍ଗୀନ ହେଉଛି ସେଠାକାର ଲୋକ ଘରେ ମସୁରୀ ଟାଙ୍ଗିବା ସହିତ ତା’ର ପରିବେଷ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି । ଅନ୍ୟପଟେ ଆଜି ବିଏମ୍ସି ସଚେତନତା ଜାରି ରଖିଛି । ୟୁନିଟ-୯, ୟୁନିଟ-୩ ୱାର୍ଡରେ ସଚେତନତା କରାଯାଇଥିବା ଉତ୍ସରୁ ପାଣି ଖାଲି କରାଯାଇଛି । ଟାୟାର, ଫୁଲକୁଣ୍ଡ, ଅବ୍ୟବହୃତ ଗାଡ଼ି ପ୍ରଭୃତି ଯାଞ୍ଚ କରାଯାଇଛି । ବିଭିନ୍ନ ସ୍ଥାନରେ ବ୍ଲିଚିଂ ପାଉଡର ଛିଞ୍ଚାଯିବା ସହ ଆଣ୍ଟି-ଲାର୍ଭା ଔଷଧ ଓ ମଶା ଧୂଆଁ ସ୍ପ୍ରେ କରାଯାଇଛି ।