ଲକ୍ଷ୍ନୌ : ଦିନକୁ ଦିନ ବଢ଼ିବାକୁ ଲାଗିଛି ଦୁଷ୍କର୍ମ ଆଉ ଦୁର୍ନୀତି । ଏମିତିକି ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାକୁ ଲାଗିଲାଣି ଡକାୟତ । ଯାହାକି ପ୍ରଶାସନର ନିଦ ହଯାଇଛି । କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଜାଣିବା ପରେ ଆପଣଙ୍କ ନିଦ ହଜିଯିବ । ଉତ୍ତରପ୍ରଦେଶ ସ୍ଥିତ ଗ୍ରେଟର ନୋଇଡାରେ ଏକ ଚିନ୍ତା ଜନକ ଘଟଣା ଘଟିଛି । ଜଣେ ବାପା ପାଲଟିଛି ରାକ୍ଷସ । ନିଜର ଜନ୍ମ କଲା ୫ ବର୍ଷର ଝିଅ ସହ କରିଛି ଡିଜିଟାଲ ରେପ୍ । ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀର କହିବା ଅନଯାୟୀ ତାଙ୍କ ସ୍ୱାମୀ ନିଜର ଝିଅ ସହ ଏପରି ରେପ୍ କରିଛନ୍ତି ଯେ ଏହା ସେତେବେଳେ ଜଣା ପଡ଼ିଲା ଯେତେବେଳେ ଝିଅ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥଲା । ସେତେବେଳେ ଝିଅ ନିଜ ବାପାର କୁକର୍ମ ବିଷୟରେ ମାଆକୁ କହିଥିଲା ।
ତେବେ ପୁଲିସ୍ ଏହି ମାମଲାରେ ତଦାରଖ କରୁଛି । ପୁଲିସ ମେଡିକାଲ ଯାଞ୍ଚ ପରେ କେସ ଫାଇଲ କରିଛି । ପୁଲିସ ଖୁବ୍ ଶୀଘ୍ର ଝିଅର ବୟାନ ରେକର୍ଡ଼ କରିବା ପାଇଁ କହିଛି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କ’ଣ ଏହି ଡିଜିଟାଲ ରେପ୍ ଓ ଆସାମୀ ଏହାକୁ କିପରି କରିଥାଏ? ରିପୋର୍ଟ ଅନୁଯାୟୀ ଡିଜିଟାଲ ରେପ୍ ର ୭୦ ପ୍ରତିଶତ ମାମଲା ପ୍ରାୟ ପୀଡ଼ିତାଙ୍କ ଆଖ ପାଖ ଓ ଚିହ୍ନା ଲୋକ କରି ଥାଆନ୍ତି । କିନ୍ତୁ ଡିଜିଟାଲ ରେପ୍ ଭଳି ଅପରାଧ ପାଇଁ ଖୁବ୍ କମ୍ ମାତ୍ରାରେ କେସ ଫାଇଲ କରାଯାଏ । ଏହି ଦୁଷ୍କର୍ମ ପାଇଁ ଭାରତ ଆଇନ ଅନୁଯାୟୀ ଅପରାଧୀକୁ ଅତି କମରେ ୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡେ । ପୁଣି କିଛି ମାମଲାରେ ଏହି ଦଣ୍ଡ ୧୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ କରାଯାଏ । ଆଉ କିଛି ମାମଲରେ ଆଜୀବନ ଦଣ୍ଡ ମଧ୍ୟ ମିଳିଥାଏ । ତେବେ ନିଜେ ସତର୍କ ରହିବା ସହ ଅନ୍ୟଙ୍କୁ ମଧ୍ୟ ସତର୍କ କରାନ୍ତୁ । ଯଦି ଆପଣ ନିଜ ଆଖ ପାଖ ଅଞ୍ଚଳରେ ଏପରି କୌଣସି ଘଟଣା ଦେଖୁଛନ୍ତି ତେବେ ତୁରନ୍ତ ପୁଲିସ ସହ ଯୋଗାଯୋଗ କରନ୍ତୁ ।