38.8 C
Bhubaneswar
Friday, April 19, 2024
Homeଓଡିଶାରାଜଧାନୀକୁ ଫେରିଲା କରୋନା କଟକଣା: ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ରାଜଧାନୀକୁ ଫେରିଲା କରୋନା କଟକଣା: ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ପୁଣି କରୋନା ସଂକ୍ରମଣ ଗ୍ରାଫ୍ ଉପରମୁହାଁ । ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏହା ବିଏମସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି କ୍ରମରେ ସହରକୁ କରୋନା ଜନିତ କଟକଣା ଫେରିଛି । ସହରର ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଜନଗହଳି ସ୍ଥାନରେ ପରସ୍ପର ସହ ୨ ମିଟର ଦୂରତା ରକ୍ଷା କରିବା କରିବା ସହରବାସୀଙ୍କୁ ପରାମର୍ଶ ଦିଆଯାଇଛି । କୋଭିଡ଼୍ ଜନିତ ଲକ୍ଷଣ ଦେଖାଗଲେ ସଂଗରୋଧରେ ରହିବା ସହ ସାନିଟାଇଜର୍ ବ୍ୟବହାର, ଛିଙ୍କିବା, କାଶିବା ସମୟରେ ମୁହଁରେ କପଡ଼ା ବ୍ୟବହାର ଆଦି ଉପରେ ଧ୍ୟାନ ଦେବା ପାଇଁ ବିଏମସି ପକ୍ଷରୁ ଜାରି ବିଜ୍ଞପ୍ତି ସୂଚନା ଦିଆଯାଇଛି ।

ଅନ୍ୟପଟେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି । ସୂଚନାଥାଉକି, ଜୁନ୍ ମାସ ଆରମ୍ଭରୁ ସଂକ୍ରମଣ ବଢ଼ିଚାଲିଥିବାବେଳେ ୨୮ତାରିଖରେ ୬୩ ଜଣ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୯ ତାରିଖରେ ଏହି ସଂଖ୍ୟା ୫୮ ରହିଥିଲା । ତେବେ ଗୁରୁବାର ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚିହ୍ନଟ ୬୯ ସଂକ୍ରମିତଙ୍କ ମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ତେବେ ୨୪ ଘଣ୍ଟା ମଧ୍ୟରେ ୫୦ ଜଣ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ସକ୍ରିୟ ମାମଲା ୩୦୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୧୪ ଜଣ, ଖଣ୍ଡଗିରିରୁ ୧୧ ଜଣ, ଚନ୍ଦ୍ରଶେଖରପୁରରୁ ୯ ଜଣ, ନୟାପଲ୍ଲୀରୁ ୮ ଜଣ ଓ ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking