28.1 C
Bhubaneswar
Sunday, September 8, 2024
Homeଅପରାଧପିତା ସାଜିଲା ପିସାଚ; ନାବାଳିକା ଝିଅକୁ କରୁଥିଲା ଦୁଷ୍କର୍ମ, ସମର୍ଥନ କରୁଥିଲା ମା’!

ପିତା ସାଜିଲା ପିସାଚ; ନାବାଳିକା ଝିଅକୁ କରୁଥିଲା ଦୁଷ୍କର୍ମ, ସମର୍ଥନ କରୁଥିଲା ମା’!

ଚଣ୍ଡିଗଡ: ପିତା ସାଜିଲା ପିସାଚ । ଦୀର୍ଘ ବର୍ଷ ଧରି ନିଜ ନାବାଳିକା ଝିଅକୁ କରୁଥିଲା ଦୁଷ୍କର୍ମ । କେବଳ ଏତିକି ନୁହେଁ ବାପାର ଏହି କୁକର୍ମ ମା’କୁ ମଧ୍ୟ ଜଣାଥିଲା । ହେଲେ ସେ ଏହାକୁ ବିରୋଧ କରିବା ପରିବର୍ତ୍ତେ ସମର୍ଥନ କରିଆସୁଥିଲା । ୩ ବର୍ଷ ପରେ ନାବାଳିକା ପୀଡିତା ଏବେ ଥାନାରେ ଦ୍ୱାରସ୍ଥ ହୋଇ ନିଜ ବାପା-ମା’ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିବା ପରେ ସମ୍ପୃକ୍ତ ଅଭିଯୁକ୍ତ ବାପା-ମା’କୁ ପୋଲିସ ଗିରଫ କରିଛି । ଏପରି ଏକ ରକ୍ତ ସମ୍ପର୍କକୁ କଳଙ୍କିତ କରିବା ପରି ଲଜ୍ଜାଜନକ ଘଟଣା ହରିୟାଣାର ରେୱାରୀ ଜିଲ୍ଲାରେ ଦେଖିବାକୁ ମିଳିଛି । ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ନିଜ ଝିଅ ଏପରି ଅଭିଯୋଗ ଆଣିବା ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୀଡିତା ନାବାଳିକା ହୋଇଥିବା କାରଣରୁ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ତେବେ ଅଭିଯୋଗରେ ଅନ୍ୟ ଏକ ଚାଞ୍ଚଲ୍ୟକର କଥା ମଧ୍ୟ ଉଲ୍ଲେଖ କରିଛି ପୀଡିତା । ନିଜ ପିତାଙ୍କ ଏପରି କୁକର୍ମ ସମ୍ପର୍କରେ ତାର ମା’ ମଧ୍ୟ ଜାଣିଥିଲା । ହେଲେ ସେ ଏହାକୁ ବିରୋଧ କରିବା ପରିବର୍ତ୍ତେ ସମର୍ଥନ କରିଥିବା ପୀଡିତା କହିଛି । ପୀଡିତା ଦ୍ୱାଦଶ ଶ୍ରେଣୀର ଛାତ୍ରୀ । ମଙ୍ଗଳବାର ପରୀକ୍ଷା ଥିବା ବେଳେ ସେ ଘରୁ ବାହାରି ସ୍କୁଲକୁ ନଯାଇ ଥାନାରେ ପହଞ୍ଚିଥିଲା । ନିଜ ପିତାଙ୍କ ଦ୍ୱାରା ଗତ ୩ ବର୍ଷ ହେବେ ସେପରି ଯୌନ ନିର୍ଯାତନା ଓ ବାରମ୍ବାର ଦୁଷ୍କର୍ମର ଶିକାର ହେଉଥିବା ଅଭିଯୋଗ କରିଥିଲା । ଏଥିରେ ତାର ମା’ ମଧ୍ୟ ପିତାକୁ ସମର୍ଥନ କରୁଥିଲା । ଏକଥା ଉଭୟ ପିତା-ମାତା ବାହାରେ ପ୍ରକାଶ କଲେ ହତ୍ୟା କରି ଫିଙ୍ଗି ଦେବା ପାଇଁ ଧମକ ଦେଉଥିଲେ । ଭୟରେ ସେ ଏକଥା କାହା ଆଗରେ ପ୍ରକାଶ ନକରିବା ସହ ଦୀର୍ଘ ବର୍ଷ ଧରି ନିର୍ଯାତନା ସହ୍ୟ କରୁଥିବା ନାବାଳିକାଜଣଙ୍କ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking