27.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶତିନି ଝିଅଙ୍କୁ ପାଣିରେ ବୁଡାଇ ମାରିଲା ବାପା ତା’ପରେ ....

ତିନି ଝିଅଙ୍କୁ ପାଣିରେ ବୁଡାଇ ମାରିଲା ବାପା ତା’ପରେ ….

ହାଇଦ୍ରାବାଦ : ଜଣେ ବାପା ନୃଶଂସତାର ସମସ୍ତ ସୀମା ଟପିଯାଇଛି । ସେ ନିଜର ତିନି ଝିଅଙ୍କୁ ପାଣିରେ ବୁଡାଇ ହତ୍ୟା କରିଛି । କାଳେ ପାଣିରେ ବୁଡ଼ାଇବା ସମୟରେ ବଂଚିଯିବେ ସେଥିପାଇଁ ସେମାନଙ୍କ ଶରୀର ଉପରେ ପାଣିରେ ବସି ରହିଥିଲା। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି, ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ବାଂସଓ୍ୱାଡାରେ । ଅଭିଯୁକ୍ତ ବାପା ହେଲେ ମହମ୍ମଦ ଫୟାଜ । ପତ୍ନୀ ଏ ନେଇ ସ୍ୱାମୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମହମ୍ମଦ ଫୟାଜକୁ ଗିରଫ କରି ତଦନ୍ତ ଆରମ୍ଭ କରୁଛି।
ସୂଚନା ଅନୁଯାୟୀ, ମହମ୍ମଦ ଫୟାଜ ଜୁଆ ଖେଳିବାକୁ ପସନ୍ଦ କରିଥାଏ। ସେ ଶ୍ରମିକ ଭାବେ ମଧ୍ୟ କାମ କରେ। ତାଙ୍କ ପତ୍ନୀ ସିଲେଇ କରି ପରିବାର ଚଳାଇଥାନ୍ତି । କାରଣ ଫୟାଜ ଘରକୁ ଟଙ୍କା ଦଉନଥିଲା । ସବୁ ଟଙ୍କା ଜୁଆ ଖେଳରେ ସାରି ଦେଉଥିଲା । ଆଉ ରାତିରେ ଘରକୁ ଫେରିଲା ବେଳେ ପେଟେ ମଦ ପିଇ ଘରକୁ ଆସେ । ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ମଧ୍ୟ ମାରପିଟ୍ କରେ । ଗୁରୁବାର ସନ୍ଧ୍ୟାରେ ସ୍ତ୍ରୀକୁ ଟଙ୍କା ମାଗିଥିଲା । ଟଙ୍କା ଘରେ ନାହିଁ ବୋଲି ସିଧା ମନା କରିଦେଇଥିଲେ ସ୍ତ୍ରୀ । ଏନେଇ ପତ୍ନୀକୁ ମାଡ଼ ମାରିବା ସହ ୪ପିଲାଙ୍କୁ ନିସ୍ତୁକ ପିଟିଥିଲା ନୃଶଂସ ବାପା । ଏହାପରେ ମା ଓ ଶିଶୁମାନେ ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ। ତେବେ ଫୟାଜ ଶୁକ୍ରବାର ସକାଳେ ସେମାନଙ୍କୁ ଫେରାଇ ଆଣିବା ପାଇଁ ସମ୍ପର୍କୀୟଙ୍କ ଘରକୁ ଯାଇଥିଲା। ତେବେ ଜୁଆ ନଖେଳିଲେ ଘରକୁ ଫେରିବେ ବୋଲି ସ୍ତ୍ରୀ କହିଥିଲେ। ଏଥିରେ ଫୟାଜ ରାଜି ହୋଇଥିଲା। ଏହାପରେ ସେମାନେ ଘରକୁ ଫେରିଥିଲେ। କିନ୍ତୁ କିଛି ସମୟ ପରେ ସ୍ତ୍ରୀ ତାଙ୍କ ତିନି ଝିଅଙ୍କୁ ପାଇନଥିଲେ। ବହୁ ଖୋଜାଖୋଜି ପରେ ଝିଅଙ୍କ ମୃତଦେହ ଏକ ପାଣି ଟାଙ୍କି ଭିତରୁ ଉଦ୍ଧାର ହୋଇଥିଲା। ଏନେଇ ମାମଲା ରୁଜୁ ହେବା ପରେ ପୁଲିସ ଫୟାଜଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking