ଆଠଗଡ଼ : ବୋହୂ ଓ ଶ୍ୱଶୁରର ସମ୍ପର୍କ ବାପ ଓ ଝିଅ ଭଳି । ତେବେ ଏଭଳି ସମ୍ପର୍କ ଭିତରେ ଜଣେ ଶ୍ୱଶୁର ବୋହୂର ନାକ କାଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଶ୍ୱଶୁରର ଛୁରାମାଡ଼ରେ ବୋହୂର ନାକ କଟିଛି । ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଏହି ଅଘଟଣ ଘଟିଛି । ପାରିବାରିକ କଳହରୁ ଶ୍ୱଶୁର ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।