33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶବାପା ସାଜିଲା ସୈତାନ; ଜନ୍ମଦାତା ହୋଇ କଲା ଘୃଣ କାର୍ଯ୍ୟ

ବାପା ସାଜିଲା ସୈତାନ; ଜନ୍ମଦାତା ହୋଇ କଲା ଘୃଣ କାର୍ଯ୍ୟ

ପାଟନା: ବାପା ସାଜିଲା ସୈତାନ । ଜନ୍ମଦାତା ହୋଇ କଲା ଘୃଣ କାର୍ଯ୍ୟ । ଯେଉଁଠି ନିଜ ଝିଅକୁ ଭୁଲ ଠିକର ପାର୍ଥକ୍ୟ ବୁଝାଇବା, ସଇତାନଙ୍କଠୁ ରକ୍ଷା କରିବା କଥା ସେଠି ନିଜେ କଲା ଚରିତ୍ର ସଂହାର । ବିହାର ବାଙ୍କା ଜିଲ୍ଲାରେ ଜଣେ ବାପା ନିଜର ଦୁଇ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପିତା ଗତ ୪ରୁ ୫ ବର୍ଷ ଧରି ନିଜ ଦୁଇ ଝିଅଙ୍କ ଚରିତ୍ର ସଂହାର କରୁଥିବା ଅଭିଯୋଗ ହୋଇଛି । ପୋଲିସ ସୋମବାର ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ବାଙ୍କା ରଜୌନ ଥାନା ଅଧିନସ୍ଥ ଏକ ଗାଁରେ ଏପରି ଘୃଣ୍ୟକାଣ୍ଡ ଭିଆଇଛି ଅଭିଯୁକ୍ତ । ପିତାର ଏହି ଘୃଣକାର୍ଯ୍ୟରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ସାମିଲ ଥିଲା ।

କୈଳାଶ ସତ୍ୟାର୍ଥୀ ଚାଇଲ୍ଡ ଫାଉଣ୍ଡେସନର ସହଯୋଗୀ ସଂସ୍ଥା ମୁକ୍ତ ନିକେତନକୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଜଣେ ପିତା ଗତ ୪ରୁ ୫ ବର୍ଷ ଧରି ନିଜ ଦୁଇ ଝିଅଙ୍କୁ ଦୁଷ୍କର୍ମ କରୁଥିବା ନେଇ ଚାଇଲ୍ଡ ଲାଇନ ଜାଣିବାକୁ ପାଇଥିଲା । ଏହାପରେ ରଜୌନ ଥାନା ଅଧିନସ୍ଥ ଏହି ସଂସ୍ଥାର ଜିଲ୍ଲା ସମନ୍ୱୟକ ମନୋଜ କୁମାର ବାଙ୍କା ମୁଖ୍ୟାଳୟର ଡିଏସପି ବିନୋଦ କୁମାରଙ୍କୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଗତକାଲି ପୋଲିସ ଉକ୍ତ ଗାଁରେ ପହଞ୍ଚି ନାଟକୀୟ ଢଙ୍ଗରେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଏ ନେଇ ମନୋଜ କୁମାର କହିଛନ୍ତି, ଦୁଇ ନାବାଳିକାଙ୍କ ବୟସ ୧୬ରୁ ୧୭ ବର୍ଷ ହେବ । ଉଭୟଙ୍କ କହିବାନୁସାରେ ତାର ପିତା ୪ରୁ ୫ ବର୍ଷ ଧରି ଦୁଷ୍କର୍ମ କରୁଥିଲା । ଏଥିରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ସାମିଲ ଥିଲା । ଯେତେବେଳେ ପୀଡ଼ିତାଙ୍କ ମାଆ ଏହାକୁ ବିରୋଧ କରିଥିଲେ, ସେତେବେଳେ ପିତା ଓ ତାର ସହଯୋଗୀ ତାକୁ ମାରପିଟ କରି ଘରୁ ବିଦା କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking