41.1 C
Bhubaneswar
Tuesday, April 30, 2024
Homeଖେଳଗୁଜରାଟକୁ ୬ ୱିକେଟରେ ହରାଇଲା ଦିଲ୍ଲୀ

ଗୁଜରାଟକୁ ୬ ୱିକେଟରେ ହରାଇଲା ଦିଲ୍ଲୀ

ଅହମଦାବାଦ: ଅହମଦାବାଦଠାରେ ଖେଳାଯାଇଥିବା ଆଇପିଏଲ-୨୦୨୪ର ୩୨ତମ ମ୍ୟାଚରେ ଗୁଜରାଟକୁ ୬ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ପାଇଁ ଗୁଜରାଟ ପକ୍ଷରୁ ରଖାଯାଇଥିବା ୯୦ରନର ଟାର୍ଗେଟକୁ ଦିଲ୍ଲୀ ୮.୫ ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଜେକ୍ ଫ୍ରେସର ମାକଗର୍କ ୨୦ ରନ କରିଥିବାବେଳେ ସାଇ ହୋପ ୧୯ରନ ଓ ଋଷଭ ପନ୍ତ ୧୬ରନ କରିଥିଲେ । ଅଭିଷେକ ପୋରେଲ ୧୫ରନ କରିଥିଲେ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ ହରାଇଚାଲିଥିଲା । ଦଳୀୟ ସ୍କୋର ମାତ୍ର ୧୧ ରନ ହୋଇଥିବାବେଳେ ଅଧିନାୟକ ଶୁଭମନ ଗିଲ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ସେହିପରି ଓପନର ରିଦ୍ଧିମାନ ଶାହା ମାତ୍ର ୨ ରନ କରି ଆଉଟ ହୋଇଥିଲେ । ଡେଭିଡ ମିଲର ମାତ୍ର ୨ ରନ, ସାଇ ସୁଦର୍ଶନ ୧୨ ରନ, ରାହୁଲ ତେୱାତିଆ ୧୦, ଅଭିନଭ ମନୋହର ୮ ରନ, ଶାହରୁଖ ଖାଁ ୦ କରିଥିଲେ । କେବଳ ରସିଦ ଖାଁ କିଛି ସମୟ କ୍ରିଜରେ ତିଷ୍ଠି ୩୦ ରନ କରିବାକୁ ସକ୍ଷମ ହୋଇଥିଲେ । ଗୁଜରାଟ ଦଳ ସଂପୂର୍ଣ୍ଣ ୧୦ ଓଭର ମଧ୍ୟ ଖେଳିପାରିନଥିଲା ଓ ୧୭.୩ ଓଭରରେ ୮୯ ରନ କରି ଅଲଆଉଟ ହୋଇଯାଇଥିଲା । ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୩ଟି ୱିକେଟ ନେଇଥିବାବେଳେ ଟ୍ରିଷ୍ଟେନ ଷ୍ଟବ୍ସ ଓ ଇଶାନ୍ତ ଶର୍ମା ୨ଟି ଲେଖାଏଁ ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking