27.1 C
Bhubaneswar
Friday, October 18, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ଗୁରୁତର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ଥାନୀୟ ପଞ୍ଚାୟତର ଜାମୁଗୁଡା ନୂଆ ସାହି ନିକଟରେ ସ୍କୁଟି ଓ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର ହୋଇଛନ୍ତି । ଅପରାହ୍ନରେ ପାର୍ଷାଲି ପଞ୍ଚାୟତର ବଡଡେଙ୍ଗିଲେଲି ଗାଁର ବୁଟି ସିକକା ଏକ ବାଇକରେ କଲ୍ୟାଣସିଂହପୁର ବଜାରକୁ ଆସି ଯାଉଥିବା ବେଳେ ବିପରୀତ ଦିଗରୁ ଗୋଟିଏ ସ୍କୁଟିରେ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗାଁର କରକରିଆ ଗୁରୁବାରୁ ଓ ସ୍ଥାନୀୟ କୀୟାଗୁଡା ସାହିର ବଳରାମ ପରିଡା , ଜାମୁଗୁଡା ନୂଆସାହି ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାକୁ କିଛି ଲୋକ ଦେଖି ସଙ୍ଗେ ସଙ୍ଗେ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ଜିଲା ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking