28.1 C
Bhubaneswar
Sunday, September 29, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବାକୁ ଧକ୍କା ଦେଲା ବସ ;୫ଗୁରୁତର ୨୦ ଆହାତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବାକୁ ଧକ୍କା ଦେଲା ବସ ;୫ଗୁରୁତର ୨୦ ଆହାତ

ମୟୁରଭଞ୍ଜ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବାକୁ ଧକ୍କା ଦେଲା ବସ , ୫ଗୁରୁତର ୨୦ ଆହାତ । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କରଞ୍ଜିଆ ଗ୍ରୀଡ଼ ନିକଟରେ। ଆଜି ଦିନ ପ୍ରାୟ ୧୧ ଟା ସମୟରେ କଲ୍ୟାଣି ନାମକ ଘରୋଇ ବସ ଏକ ହାଇଓ୍ବା ଟ୍ରକ ପଛରେ ଧକ୍କା ଦେବା ଫଳରେ ବସରେ ଥିବା ୫ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣା ପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking