29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୯ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୯ ମୃତ

ନୂଆଦିଲ୍ଲୀ: ବିହାରର କାଇମୁରରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏଥିରେ ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଆଞ୍ଚଲ ତିୱାରୀ ଏବଂ ଗାୟକ ଛୋଟୁ ପାଣ୍ଡେଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଭୋଜପୁରୀ ଅଭିନେତ୍ରୀ ସିମରନ୍ ଶ୍ରୀବାସ୍ତବ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।ପୁଲିସ ସୂଚନା ଅନୁସାରେ, ବିହାରର କାଇମୁର ନିକଟରେ ଏହି ଦୁର୍ଘଟଣା ଘଟିଛି। କାଳାକରମାନଙ୍କୁ ଏସୟୁଭି ଗାଡି, ବାଇକ୍ ଏବଂ ଟ୍ରକ୍ ଧକ୍କା ହୋଇଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ଭିମଲେଶ ପାଣ୍ଡେ(ଛୋଟୁ), ଆଞ୍ଚଲ ତିୱାରୀ, ସିମରନ୍ ଶ୍ରୀବାସ୍ତବ, ପ୍ରକାଶ ରାମ, ଦଧିବଲ ସିଂହ, ଅନୁ ପାଣ୍ଡେ, ଶଶି ପାଣ୍ଡେ, ସତ୍ୟ ପ୍ରକାଶ ମିଶ୍ରା ଏବଂ ବାଗିଶ ପାଣ୍ଡେ। ଏହି ଦୁର୍ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking