25.8 C
Bhubaneswar
Saturday, July 27, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଘଟିଛି ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟି ହୋଇଯାଇଥିଲା । ଯାହାଫଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଆଜି ସକାଳେ ବାଇକ ଆରୋହୀ କୌଣସି କାମ ପାଇଁ ବାଇକ ସାହାଯ୍ୟରେ ଆସୁଥିବା ସମୟରେ ଦୁର୍ଘଟଣାଟି ଘଟିଛି । ବାଇକ ଚାଳକ ଜଣଙ୍କ ଭାରସ୍ୟାମ ହରାଇ ବାଇକକୁ ଗଛରେ ପିଟିଦେଇଥିଲେ । ପରେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ, ଆହତଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଯାଇଥିଲେ କିନ୍ତୁ ଅଧାବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ଚାଳକ ଜଣକ ଫରେଷ୍ଟର ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବତ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛି । ଘଟଣାସ୍ଥଳରେ ବାଇକଟି ଭାଙ୍ଗି ନଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking