29.1 C
Bhubaneswar
Saturday, July 27, 2024
Homeଖେଳଟି-୨୦ରେ ଦ୍ରୁତ ୧୦ ହଜାର ରନ୍‌; ଗେଲ୍‌ଙ୍କୁ ପଛରେ ପକାଇ ବାବର୍ ପ୍ରଥମ

ଟି-୨୦ରେ ଦ୍ରୁତ ୧୦ ହଜାର ରନ୍‌; ଗେଲ୍‌ଙ୍କୁ ପଛରେ ପକାଇ ବାବର୍ ପ୍ରଥମ

ନୂଆଦିଲ୍ଲୀ:  ପୂର୍ବତନ ପାକିସ୍ତାନ କ୍ୟାପ୍‌ଟେନ୍ ବାବର୍ ଆଜମ୍ ବୁଧବାର ଏକ ସ୍ମରଣୀୟ ଉପଲବ୍ଧି ହାସଲ କରିଛନ୍ତି । ଟି-୨୦ ଫର୍ମାଟ୍‌ରେ ଦ୍ରୁତ ୧୦ ହଜାର ରନ୍ ହାସଲରେ ସେ ପ୍ରଥମ ବ୍ୟାଟର୍ ହୋଇଛନ୍ତି । ବାବର୍ ଏହି କୀର୍ତ୍ତିମାନ ମାତ୍ର ୨୭୧ ଇନିଂସ୍‌ରେ ହାସଲ କରିବା ସହ ପୂର୍ବତନ ୱେଷ୍ଟଇଣ୍ଡିଜ୍ ଷ୍ଟାର୍ କ୍ରିସ୍ ଗେଲ୍‌ଙ୍କୁ ପଛରେ ପକାଇଛନ୍ତି । ଗେଲ୍ ୨୮୫ ଇନିଂସ୍‌ରେ ଏହି ଉପଲବ୍ଧି ହାସଲ କରିଥିଲେ । ୨୯୯ ଇନିଂସ୍ ସହ ଭାରତୀୟ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ବାବର୍ ଏହି ବିଶ୍ୱ ରେକର୍ଡ ଠାରୁ ମାତ୍ର ୬ ରନ୍ ଦୂରରେ ଥିବାବେବେ ପାକିସ୍ତାନ ସୁପର୍ ଲିଗ୍ (ପିଏସ୍‌ଏଲ୍‌)ରେ କରାଚି କିଙ୍ଗଲ୍ସ ବିପକ୍ଷ ପେଶାୱର୍ ଜାଲ୍‌ମିର ମ୍ୟାଚ୍‌ର ସେ ଏହା ସଫଳତାର ସହ ହାସଲ କରିଛନ୍ତି । ଏହା ସହିତ ଟି-୨୦ ଫର୍ମାଟ୍‌ରେ ୧୦ ହଜାର ରନ୍ ପୂରଣ କରିବାରେ ବାବର୍ ଓଭର୍‌ଅଲ୍ ତ୍ରୟୋଦଶ ଖେଳାଳି ହୋଇଛନ୍ତି । ତେବେ ୧୪,୫୬୨ ରନ୍ ସହ କ୍ରିସ୍ ଗିଲ୍ ଟି-୨୦ ଫର୍ମାଟ୍‌ରେ ସର୍ବାଧିକ ସ୍କୋରର୍ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking