28.1 C
Bhubaneswar
Saturday, July 27, 2024
Homeଖେଳମଡେଲ୍ ତାନିୟା ସିଂହ ଆତ୍ମହତ୍ୟା ମାମଲା;   ଆଇପିଏଲ୍ ଖେଳାଳି ଅଭିଷେକ ଶର୍ମାଙ୍କୁ ନୋଟିସ୍‌

ମଡେଲ୍ ତାନିୟା ସିଂହ ଆତ୍ମହତ୍ୟା ମାମଲା;   ଆଇପିଏଲ୍ ଖେଳାଳି ଅଭିଷେକ ଶର୍ମାଙ୍କୁ ନୋଟିସ୍‌

ସୁରତ: ସୁରତ୍‌ର ଜଣେ ମଡେଲ୍ ତାନିୟା ସିଂହଙ୍କ ଆତ୍ମହତ୍ୟା ମାମଲାରେ ଆଇପିଏଲ୍ ଫ୍ରାଞ୍ଚାଇଜି ସନ୍‌ରାଇଜର୍ସ ହାଇଦ୍ରାବାଦ ଟିମ୍‌ର ଅଲ୍‌ରାଉଣ୍ଡର୍ ଅଭିଷେକ ସିଂହ ଫସିଛନ୍ତି । ସୁରତ୍ ପୁଲିସ ତାଙ୍କୁ ନୋଟିସ୍ ଜାରିକରି ପଚରା ଉଚରା ପାଇଁ ଡକାଇଛି । ଆତ୍ମହତ୍ୟା ପୂର୍ବରୁ ତାନିୟା ଶେଷଥର ପାଇଁ ଅଭିଷେକଙ୍କୁ କଲ୍ କରିଥିବା ମାମଲାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତାନିୟାଙ୍କ ମୋବାଇଲ୍‌ରୁ ମିଳିଥିବା କଲ୍ ଡିଟେଲ୍‌, ଫଟୋ ଏବଂ ମେସେଜ୍ ଆଧାରରେ ପୁଲିସ ପୂର୍ବରୁ ଇଭେଣ୍ଟ୍ ଇଣ୍ଡଷ୍ଟ୍ରି ସହ ଜଡ଼ିତ ମିତେଶ ନାମକ ଜଣେ ଯୁବକଙ୍କୁ ମଧ୍ୟ ପଚାର ଉଚରା କରିସାରିଛି । ଫେଶନ୍ ଡିଜାଇନିଂର ଛାତ୍ରୀ ଥିବା ମଡେଲ୍ ତାନିୟା ସିଂହ ରବିବାର ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ସକାଳୁ ଝିଅକୁ ଫାଶୀରେ ଝୁଲୁଥିବା ପରିବାର ଲୋକେ ଦେଖିଥିଲେ । ପୁଲିସ ପ୍ରେମ ପ୍ରସଙ୍ଗ ସହିତ ସମସ୍ତ ଦିଗରୁ ମାମଲାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking