27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଚାଷୀ ଆନ୍ଦୋଳନ : ଟିୟର୍‌ ଗ୍ୟାସ୍‌ ପକାଇଲା ପୁଲିସ୍‌

ଚାଷୀ ଆନ୍ଦୋଳନ : ଟିୟର୍‌ ଗ୍ୟାସ୍‌ ପକାଇଲା ପୁଲିସ୍‌

ନୂଆଦିଲ୍ଳୀ: ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଂଗଠନର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ କୃଷକମାନେ ‘ଦିଲ୍ଲୀ ଚଲୋ’ ଆନ୍ଦେଳନ ଜାରି ରଖିଥିବା ବେଳେ ପଞ୍ଜାବ-ହରିଅ‌ାଣା ସୀମାରେ ଗଣ୍ଡଗୋଳ ଉପୁଜିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ଲୁହବୁହା (ଟିୟର୍‌) ଗ୍ୟାସ୍‌ ପକାଇଛି। କୃଷକମାନଙ୍କ ଆନ୍ଦୋଳନକୁ ରୋକିବା ପାଇଁ ପୁଲିସ୍‌ ଚେଷ୍ଟା ଜାରି ରଖିଛି। ଗତକାଲି ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ସଂଗଠନର ବୈଠକ ବିଫଳ ହୋଇଛି। ଫସଲର ଏମଏସପି ପ୍ରସଙ୍ଗରେ କୌଣସି ବୁଝାମଣା କରିବାକୁ ଚାଷୀ ସଂଗଠନ ଅଡିବସିବାରୁ ବୈଠକ ଫେଲ ମାରିଥିବା ସୂଚନା ମିଳିଛି। ଆଜି ଦିନ ୧୦ଟାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ହରିଆଣା ଓ ପଞ୍ଜାବର ବିଭିନ୍ନ ଚାଷୀ ସଂଗଠନ। ସୂଚନା ଅନୁଯାୟୀ, ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking