36.1 C
Bhubaneswar
Wednesday, April 29, 2026
Homeଓଡିଶାଭାଲୁ ଆକ୍ରମଣରେ ଚାଷୀ ଗୁରୁତର

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ କେଶଡିହା ପଞ୍ଚାୟତ ଅନ୍ତର୍ଗତ ଚିରୁପଦା ଗ୍ରାମର ଜଣେ ଚାଷୀ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି ।ଆକ୍ରମଣରେ ଗୁରୁତର ଚାଷୀ ଜଣକ ହେଉଛନ୍ତି ସେହି ଗ୍ରାମର ମରା ପୂର୍ତ୍ତିଙ୍କର ପୁଅ କଣ୍ଡେରାମ ପୂର୍ତ୍ତି ୨୨ ବର୍ଷ ବୋଲି ଜଣାପଡ଼ିଛି ।ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଅଟୋ ଯୋଗେ ପରିବାର ଲୋକେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ ମରା ସକାଳେ ତାଙ୍କ ଧାନ ବିଲକୁ କାମ କରିବାକୁ ଯାଇଥିଲେ। ବିଲରେ କାମ କରୁଥିବା ସମୟରେ ବିଲକୁ ଲାଗି ଜଙ୍ଗଲ ଥିବାରୁ ଜଙ୍ଗଲ ଭିତରୁ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ତାଙ୍କର ମୁଣ୍ଡ , ଗୋଡ ଓ ହାତରେ ଗଭୀର କ୍ଷତ ହୋଇଛି। ଏବେ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ଭାଲୁ ଆକ୍ରମଣର ଶିକାର ଯୁବକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking