କୋରପୁଟ: କୋରପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ସର୍ଗିଗୁଡା ପଂଚୟେତ ବଡ଼ଦୁବୁଲି ଗ୍ରାମରେ ମାଟିଆ ଗୁଣ୍ଡି ମାଛି ପାଇଁ ଚାଷୀ କୂଳ ଚିନ୍ତାରେ ଥିବା ଦେଖିବାରେ ମିଲିଛି । ବୋରିଗୁମ୍ମା ଅଂଚଳର ବିଭିନ୍ନ ସ୍ଥାନରେ ଋଣ ଧାର କରି ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ଅନେକ ଚାଷୀଙ୍କ କହିବା ଅନୁଯାୟୀ ସହ ସହ ଏକର ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବାରେ ଲାଗିଛି । ପୁଣି ସେମାନଙ୍କ ଅଭିଯୋଗ କୃଷି ଅଧିକାରୀ ମାନେ ନିୟମିତ କ୍ଷେତ୍ର ପରିଦର୍ଶନ ନକରିବା ଯୋଗୁଁ ଚାଷୀମାନେ ଉଚିତ ପରାମର୍ଶ ପାଇପାରୁନାହାନ୍ତି । ଚାଷୀ ଙ୍କୁ ଉନ୍ନତ ଧରଣ ପଣାଳିରେ ତାଲିମ ମଧ୍ୟ୍ୟ ଦିଆଯାଉନାହିଁ । ଏବେ ମାଟିଆ ଗୁଣ୍ଡି ମାଛି ଧୀରେ ଧୀରେ ବଡିବାରେ ଲାଗିଛି ଯାହାକି ଚାଷୀ କୂଳ ଚିନ୍ତିତ ଓ ଏହାକୁ ସରକାର ତରଫରୁ କୌଣସି ଔଷଧ ଦିଆଯାଉନାହିଁ ବୋଲି କହିଛନ୍ତି ଚାଷୀ ।