ଗରିଵ ପାଇଁ ଯୋଜନା ମନା

ଉଦଳା : ଗରିଵଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା, ଯୋଜନା ର ସଠିକ ପରିଚାଳନା ପାଇଁ ୫ଟି ଭଳି ଵ୍ଯଵସ୍ଥା ଥିଵାଵେଳେ ଯୋଜନା କିନ୍ତୁ ଗରିଵଙ୍କ ଠାରୁ ଯୋଜନ ଯୋଜନ ଦୂରେଇ । ମା’ର ପଣତ ପିଲାମାନଙ୍କ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ, ଖରା,ଵର୍ଷା, ଶୀତ ଦାଉରୁ ପିଲାମାନଙ୍କୁ ରକ୍ଷା କରିଥାଏ, ଏପରିକି ଜ୍ଜର,ରୋଗରେ ପୀଡିତ ହେଲେ ମା ର ଏ ପଣତ କାନି ସ୍ପର୍ଶ ରେ ଆସି ସଵୁ ଦୁଃଖ କଷ୍ଟ ଉଭେଇ ଯାଏ,ମା ର ଏ ପଣତ କାନି ପିଲା ପାଇଁ ନିର୍ମାଲ ସଦୃଶ୍ୟ କାମକରି ଥାଏ,ମା ପିଲାମାନଙ୍କୁ ସୁରକ୍ଷା ଦେଵାକୁ ,ସାତସିଁଆ ପଣତଟେ ପିନ୍ଧି ଥିଲେ ମଧ୍ୟ ନିଜର ଲଜ୍ଜା ଭୂଲି ପିଲାଙ୍କୁ ସୁରକ୍ଷା ଦିଏ, ।ଏ ସେଭଳି ଏକ ମା ଯିଏକି ନିଜର ପିଲାମାନଙ୍କୁ ସୁରକ୍ଷା ଦେବାକୁ ନିଜର ପଣତକୁ ଭଙ୍ଗା ଘରର କାନ୍ଥ ପାଇଁ ଵ୍ଯଵହାର କରିଛନ୍ତି ।ଆସନ୍ତୁ ଦେଖିଵା ଓ ଏନ ଓ ର ଗ୍ରାଉଣ୍ଡଜିରୋ ରିପୋର୍ଟ ।
କପ୍ତିପଦା ଵ୍ଲକ ମହୁଲ ଵଣି ଗ୍ରାମର ଏ ହେଉଛନ୍ତି ମାହି ମୁର୍ମୁ, ଵୟଷ ୬୦ ଟପିଲାଣି,ଆଜକୁ୧୦ଵର୍ଷ ହେଵ ରାଜ ଯକ୍ଷ୍ମା ରୋଗରେ ପିଡିତ ସରକାରୀ ଯୋଜନା ୟାଙ୍କ ପାଖରେ ସାତ ସପନ,ଆଜକୁ୧୦ବର୍ଷ ଧରି ନିଜର ନୂଆଣିଆ ଚାଳ ଘରଟି ଭାଙ୍ଗି ଯାଇଛି, ପଲିଥିନ ଖଣ୍ଡିଏ ଦେଵାକୁ ସରକାରୀ ଵାଵୁଙ୍କ ସମୟ ନାହିଁ, ଚାଳ ଛିଣ୍ଡି ଯିଵାରୁ ଗାଁ ଲୋକ ମାନଙ୍କ ଦୟାରେ ପଲିଥିନ ଟିଏ ମିଳିଥିଲା,କେତେଦିନ ଆଉ ଯାନ୍ତା,ସେଵି ଛିଣ୍ଡି ଗଲାଣି,ଲଗାଣ ଵର୍ଷା ଯୋଗୁଁ କାନ୍ଥ ମଧ୍ୟ ପଡିଗଲା,ଵର୍ଷା ଦିନ ସାପ ଵେଙ୍ଗ ଭୟ ଥିଵାରୁ ଉପାୟଶୂନ୍ୟ ହୋଇ ମା ନିଜ ପଣତ କୁ କାନ୍ଥ ଚାରି ପଟରେ ଘେରାଉ କରିଦେଇ ନିଜର ପିଲାଙ୍କୁ ସୁରକ୍ଷା ଦେଉଛି,ଛପର ନଥିଵାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର କିରଣ ଘରେ ପସୁଛି । ରୋଗରେ ପିଡିତ ହୋଇ କାମ ଦୁଃଖ କରି ପାରୁନି,ସରକାରୀ ଯୋଜନାରେ ୫ କିଲୋ ଚାଉଳ ଓ ମାସରେ ୫୦୦ ଭତ୍ତାଟିଏ ମିଳିଛି, ତାହା ଓ୍ଉଷଧ ଖର୍ଚ୍ଚ କୁ ନିଅଣ୍ଟ ।ମାର ଏ ଭଳି ଦୁଃଖ ଦେଖି ଝିଅ ଦୁଲି ମାରଣ୍ଡି ଶାଶୁଘର ଛାଡି ଵାପଘରେ ରହିଛି, ପରଘରେ କାମ ପାଇଟି କରି ଯାହା ମିଳୁଛି,ସେଥିରେ ପରିବାର ଚଳୁଛି ।

ଏ ମାନଙ୍କ ପାଇଁ ଯୋଜନା ,କିନ୍ତୁ ଗାଁ ରେ ଥିଵା ଵଡ ଵଡିଆ ମାନେ ସରକାରୀ ଯୋଜନାରେ ମାଲାମାଲ ହେଉଥିବା ଵେଳେ ଗରିଵ ନିରିହ ଲୋକ ପାଇଖେନା ଘରଟିଏ ଵି ପାଇ ପାରୁ ନାହାଁନ୍ତି, ସ୍ଵଛ ଭାରତ ମିଶନ ଯୋଜନାରେ ଗ୍ରାମକୁ ସ୍ଵଛ ଗ୍ରାମର ମାନ୍ଯତା ମିଳିଥିଵା ଵେଳେ ଏ ଲୋକଟି ଵାଦ ପଡିଲା କେମିତି? ପଲ୍ଲୀ ସଭା ଗ୍ରାମ ସଭାରେ ଵାରମ୍ଵାର ନାମ ତାଲିକା ଭୁକ୍ତ ହେଉଥିଲେ ମଧ୍ୟ ଦୀର୍ଘ ଦିନଧରି ଵିଚରାକୁ ଘରଟିଏ ମିଳୁନଥିଵା ଦୁଃଭାଗ୍ଯ ଜନକ । ଏ ସମ୍ପର୍କରେ ଵିଡିଓ ମୁହଁ ନ ଖୋଲିଵାରୁ ଆମଟିମ୍ ସରପଞ୍ଚ ଙ୍କୁ ସାକ୍ଷାତ କରି ଘରଟିଏ ଯୋଗାଇ ଦେଵାକୁ ନିଵେଦନ କରିଥିଲେ ।ପୂର୍ବରୁ ତାଙ୍କ ନାମ ତାଲିକା ଭୁକ୍ତ ହୋଇନଥିଲା ଏଵେ ତାଙ୍କ ନାମ ତାଲିକାଭୁକ୍ତ କରାଯାଇଛି, ଅଳ୍ପ ଦିନ ମଧ୍ୟରେ ଵିଜୁ ପକ୍କାଘର ଯୋଜନାରେ ତାଙ୍କୁ ଘର ଓ ପାଇଖାନା ମିଳିଵ ଵୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି, ତେଵେ ଦେଖିଵାକୁ ଵାକିରହିଲା ସରପଞ୍ଚ ଙ୍କ ପ୍ରତିଶୃତି କେତେ ସଫଳହେଉଛି ।

LEAVE A REPLY

Please enter your comment!
Please enter your name here