29.4 C
Bhubaneswar
Saturday, May 4, 2024
Homeଓଡିଶାପୁଣି ରାଜ୍ୟରେ ଚାଷୀ ଆତ୍ମହତ୍ୟା

ପୁଣି ରାଜ୍ୟରେ ଚାଷୀ ଆତ୍ମହତ୍ୟା

ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକରେ ଜଣେ ଚାଷୀ ଆତ୍ମହତ୍ୟା କରିଛି l ମୃତକଙ୍କ ନାମ ଯଦୁମଣି ମଲ୍ଲିକ l ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଂଚାୟତ କନ୍ତିଆ ଗ୍ରାମର ଯଦୁମଣି ଚାଷ ପାଇଁ ୫ଲକ୍ଷ ଟଙ୍କା ଧାର କରି ଚାଷ କାର୍ଯ୍ୟରେ ଲଗାଇଥିଲେ । ଚାଷରେ କ୍ଷତି ହେବାରୁ ଠିକି ସମୟ ଋଣ ସୁଜି ନ ପରିବାରୁ ତାଙ୍କୁ ଧାର ଦେଇ ଥିବା ଲୋକମାନେ ଟଙ୍କା ମାଗିଲେ । ଜଣେ ତାଙ୍କୁ କୁ ଭାଷାରେ ଗାଳି ଦେବାରୁ ସେ ସହି ନ ପାରି ଘରେ କାହାକୁ କିଛି ନ କହି ବିଲକୁ ଯାଇ ଏକ ଗଛରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ଚାଷୀମାନେ ଦେଖି ଗଛରୁ ଦଉଡି କାଟି ଥିଲାବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା l ଖବର ପାଇ ବିଂଝାରପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇବା ସଂଗେ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking