35.1 C
Bhubaneswar
Tuesday, April 23, 2024
Homeଓଡିଶାକୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବଡ଼ପିଙ୍ଗଲ ଗ୍ରାମର ବିଶ୍ଵନାଥ ବେହେରା ବୟସ ୭୧ ନାମକ ବୃଦ୍ଧ କୂଅରେ ପଡ଼ିଯାଇ ମୃତ୍ୟୁ ହୋଇଛି l ସେ ଘର ପାଖ ବାଡିରୁ ଘାସ କାଟିବାକୁ ଯାଇ ଘାସ ଆଣିବା ପରେ ନିଜ ବାସଭବନ ସ୍ଥିତ କୂଅ ପାଖରେ ଘାସ ଥୋଇ ଧୋଇ ହେଉଥିବା ବେଳେ କୂଅରେ ପଡି ଯାଇଥିଲେ l କୂଅରେ ପାଣି ପ୍ରବଳ ଥିବାରୁ ପରିବାର ବର୍ଗ ସୁକିନ୍ଦା ଦମକଳ ବାହିନୀକୁ ଖବର ଦେଇଥିଲେ l ଖବର ପାଇ ସୁକିନ୍ଦା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅପାଣି ମଧ୍ୟରୁ ବିଶ୍ୱନାଥଙ୍କ ଶବ ଉଦ୍ଧାର କରିଛନ୍ତି l ପରେ ପରିବାର ବର୍ଗଙ୍କ ତରଫରୁ କଳିଙ୍ଗନଗର ଥାନାରେ ସୂଚନା ଦିଆଯିବା ପରେ କଳିଙ୍ଗନଗର ପୋଲିସ ବିଶ୍ୱନାଥ ବେହେରାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଦାନଗଦି ଡାକ୍ତର ଖାନାକୁ ପଠାଇ ଏକ ମାମଲା ରୁଜୁ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking