30.1 C
Bhubaneswar
Friday, May 3, 2024
Homeଓଡିଶାଜଳ ବିଭାଜିକା ପ୍ରକଳ୍ପରୁ ଲାଭ ପାଉଛନ୍ତି ଚାଷୀ

ଜଳ ବିଭାଜିକା ପ୍ରକଳ୍ପରୁ ଲାଭ ପାଉଛନ୍ତି ଚାଷୀ

ବରଗଡ : ବରଗଡ ଜିଲ୍ଲା ଗାଇସିଲାଟି ବ୍ଲକରେ ଦେବଦତ କ୍ଲବ ମାଧ୍ୟମରେ , ନାବାର୍ଡ ସହାୟତାରେ ଗଠିତ ବାବା ମୁକ୍ତେଶ୍ୱର ଓ ମହଦାଶନୀ ଜଳ ବିଭାଜିକା ପ୍ରକନ୍ସ ଅଧୀନରେ ଥିବା ଗ୍ରାମ ଗୁଡିକର ଚାଷୀ ମାନେ ଅଧିକ ଲାଭବାନ ହୋଇଥିବା ପରିଲକ୍ଷିତ ହୋଇଛି । ନାବାର୍ଡ କ୍ଷେତ୍ରୀୟ କାର‌୍ୟ୍ୟାଳୟ ଭୁବନେଶ୍ବ ରୁ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ରାୟ ଉକ୍ତ ଜଳ ବିଭାଜିକାଗୁଡିକୁ ପରିଭ୍ରମଣ କରିଥିବା ସମୟରେ ଅନେକ ଚାଷୀ ନିଜେ ଲାଭବାନ ହୋଇଥିବା ଦର୍ଶାଇଥିଲେ । ଝରବନ୍ଧ ମାଧ୍ୟମରେ ସାଇଡୁଙ୍ଗୁରିପାଲିର ଧିରେନ ସାହୁ ଓ ନଟବରପୁରର କିଶୋର କାଲ ଚାଷ କରି ଲାଭବାନ ହୋଇଥିବା ବେଲେ ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଜଳ ବିଭାଜିକାର ଆବତୀୟମାନ ପାଣିରୁ ଟଙ୍କାନେଇ ଛେଲି ଓ ଗାଇ ପାଳନ କରି ଲାଭବାନ ହୋଇଥିବା ଦର୍ଶାଇଥିଲେ । ଆହୁରି ମଧ୍ୟ ଡ଼ବ୍ଲୁଏଚଏସ,ଫାର୍ରମ ପଣ୍ଡ,ଏସଜିପି,ଏଫବି,ଏସସିଟି ଦ୍ବାରା ଜଳର ଉତ୍ସ ବୃଦ୍ଧି ହେଉଥିବା ଓ ତାଳିମ ମାଧ୍ୟମରେ ଆୟର ପନ୍ଥା ପାଇଛନ୍ତି ବୋଲି କହି ନାବାର୍ଡ କୁ ବହୁତ ଧନ୍ୟବାଦ ଜଣାଇଥିଲେ । ଉକ୍ତ ପରିଭ୍ରମଣରେ ରୁଦ ସାହୁ , ଶେଷଦେବ ସାହୁ , ହେମନ୍ତ କୁମାର ବାରିକ , ଅଙ୍କିତା ଝାଟ୍ରିଆ , ରାଜ କିଶୋର ପ୍ରଧାନ ଓ ଜଳ ବିଭାଜିକା ପ୍ରକବ୍ଧ ମାନଙ୍କର ସଭାପତି , ସଂପାଦକ ସହ କମିଟୀର ସଭ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking