29.1 C
Bhubaneswar
Monday, May 6, 2024
Homeବଲିଉଡନିଆ ଶର୍ମାଙ୍କ ନୂଆ ଲୁକ ଉପରେ ପ୍ରଶଂସକ ଖପ୍ପା

ନିଆ ଶର୍ମାଙ୍କ ନୂଆ ଲୁକ ଉପରେ ପ୍ରଶଂସକ ଖପ୍ପା

ନୂଆଦିଲ୍ଲୀ : ‘ଏକ ହଜାରୋଁ ମେ ମେରୀ ବେହନା ହେ’ ସାନ ଭଉଣୀ ଭୂମିକା ନିଭାଇ ନିଆ ଶର୍ମା ଦର୍ଶକଙ୍କ ମନରେ ଘର କରି ବସିଥିଲେ। ସେ ସେଥିରେ ମାନବୀ ଚରିତ୍ରରେ ଅବତୀର୍ଣ୍ଣ ହୋଇ ଖୁବ୍ ଲୋକପ୍ରିୟ ପାଲଟିଥିଲେ। ଯଦିଓ ସେଥିରେ ସେ ଜଣେ ଚୁଲ୍‌ବୁଲି ଝିଅର ଭୂମିକା ନିଭାଇଥିଲେ, ମାତ୍ର ତାଙ୍କ ଚେହେରାର ସରଳପଣ ସଭିଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏହି ସୋ ପରେ ନିଆ ‘ଜାମାଇ ରାଜା’ ଏବଂ ‘ନାଗିନ ୪’ ସମେତ ଅନେକ ସିରିଏଲରେ ଅଭିନୟ କରିଛନ୍ତି।ଧୀରେ ଧୀରେ ତାଙ୍କ ଚେହେରା ଏବଂ ଷ୍ଟାଇଲ୍‌ ମଧ୍ୟ ବଦଳିବାକୁ ଲାଗିଲା। ସେ ସେତେବେଳେ ବି ସୁନ୍ଦର ଓ ଗ୍ଲାମରସ୍‌ ଥିଲେ ଓ ଏବେ ବି ସେପରି ଅଛନ୍ତି। କିନ୍ତୁ କିଛି ଉପଭୋକ୍ତା ଦାବି କରିଛନ୍ତି ଯେ ବର୍ତ୍ତମାନ ତାଙ୍କର ବ୍ୟବହାର ବଦଳିଛି। ଏକଦା ଫ୍ୟାସନ୍ ସେନ୍ସ ପାଇଁ ପ୍ରଶଂସିତ ହେଉଥିବା ନିଆ ଏବେ ନିଜ ପ୍ରଶଂସକଙ୍କୁ କ୍ରୋଧିତ କରୁଛନ୍ତି। ଆମେ ଏହା କହୁ ନାହୁଁ, କିନ୍ତୁ ଏହି ଭିଡିଓ ଏବଂ ପୋଷ୍ଟଗୁଡିକ ଏହା କହୁଛି। ନିଆ ଶର୍ମା ଇନଷ୍ଟାଗ୍ରାମରେ ଶିବାନୀ ପଟେଲଙ୍କ ସହ ନାଚୁଥିବାର ଏକ ନୂଆ ଭିଡିଓ ସେୟାର କରିଛନ୍ତି। ସେ ‘ସେକ୍ସି ଲେଡି’ ଗୀତରେଚମତ୍କାର ନୃତ୍ୟ ପରିବେଷଣ କରିଛନ୍ତି, କିନ୍ତୁ ବ୍ୟବହାରକାରୀଙ୍କ ଅଧିକାଂଶ ଧ୍ୟାନ ତାଙ୍କ ପୋଷାକକୁ ଯାଇଛି। ବିଶେଷକରି ବାହାରକୁ ଦିଶୁଥିବା ତାଙ୍କ ଅନ୍ତବସ୍ତ୍ର ସଭିଙ୍କ ରାଗର କାରଣ ପାଲଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking