ନୂଆଦିଲ୍ଲୀ : ହୋଟେଲରୁ ମିଳିଲା ୫ ଜଣଙ୍କ ମୃତଦେହ ମିଳିଲା । ମା ଓ ୪ ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପାରିବାରିକ କଳହକୁ ନେଇ ଏଭଳି ହତ୍ୟଆକାଣ୍ଡ ଘଟିଛି । ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ବାପା ଭୁମିକା ସନ୍ଦେହ ଘେରରେ ଥିବା ବେଳେ ସେ ଫେରାର ଅଛନ୍ତି । ଖାଦ୍ୟରେ ନିଶା ପଦାର୍ଥ ମିଶାଇବା ସହ ହାତର ଶିରା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ଶରୀରରେ ଗଭୀର କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ ।