27.1 C
Bhubaneswar
Saturday, October 19, 2024
Homeଓଡିଶାନକଲି ଶିକ୍ଷକ ଧରପଗଡ଼ ନେଇ ତତ୍ପର ବିଭାଗ; ୨ଦିନରେ ତଥ୍ୟ ମାଗିିଲା, ଜାରିହେବ ସ୍ୱତନ୍ତ୍ର ଏସ୍‌ଓପି

ନକଲି ଶିକ୍ଷକ ଧରପଗଡ଼ ନେଇ ତତ୍ପର ବିଭାଗ; ୨ଦିନରେ ତଥ୍ୟ ମାଗିିଲା, ଜାରିହେବ ସ୍ୱତନ୍ତ୍ର ଏସ୍‌ଓପି

ଭୁବନେଶ୍ୱର: ରାଜ୍ୟରେ ନକଲି ସାର୍ଟିଫିକେଟ୍ ଚିନ୍ତା ବଢ଼ାଇଲାଣି । ପୂର୍ବରୁ ଜାଲ ସାର୍ଟିଫିକେଟ୍ ମାଧ୍ୟମରେ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ଏବେ ଡାକ ବିଭାଗରୁ ନକଲି ସାର୍ଟିଫିକେଟ୍ ଦେଇ ଚାକିରିି କରିଥିବା କର୍ମଚାରୀ ଧରାପଡ଼ିଲେଣି । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନକଲି ସାର୍ଟିଫିକେଟ୍ ମାଧ୍ୟମରେ ଶିକ୍ଷକ ନିଯୁକ୍ତି ପାଇଥିବା ସଂଖ୍ୟା ଅଧିକ ରହିଥିବାରୁ ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ତେଣୁ ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନକ ଗ୍ରହଣ କରିବାକୁ ଗଣଶିକ୍ଷା ବିଭାଗ ଏବେ ତତ୍ପର ହୋଇଉଠିଛି । ରାଜ୍ୟରେ କେତେ ଶିକ୍ଷକ ଧରାପଡ଼ିଛନ୍ତି ଏବଂ କିଏ ରହିଛନ୍ତି କି ନାହିଁ ସେ ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଦୁଇଦିନ ମଧ୍ୟରେ ପ୍ରଦାନ କରିବାକୁ ବିଇଓ ଏବଂ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏପରିକି ପୂର୍ବରୁକେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାର ଏକ ଭିନ୍ନ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ବିଶେଷକରି ଜାତି, ଜନ୍ମ ଓ ଶିକ୍ଷାଗତ ସାର୍ଟିଫିକେଟ୍ ଜାଲିଆତି କରିଥିବା ୩୦୦ ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି । ସମସ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନକଲି ଶିକ୍ଷକଙ୍କୁ ଧରିବାକୁ ସ୍ୱତନ୍ତ୍ର ଏସ୍‌ଓପି ଜାରି କରାଯିବ । ସୂଚନାଯୋଗ୍ୟ, ନକଲି ଶିକ୍ଷା ପ୍ରମାମଣପତ୍ର ବା ସାର୍ଟିଫିକେଟ୍ ଦେଇ କନ୍ଧମାଳ ଜିଲ୍ଲାରେ ସରକାରୀ ସ୍କୁଲରେ ଚାକିରି କରୁଥିବା ୧୨ ଶିକ୍ଷକଙ୍କୁ ସୋମବାର ଚାକିରିରୁ ବିଦା କରାଯାଇଛି ।

ବାହାର ରାଜ୍ୟର ଜାଲ୍ ବିଇଡି ସାର୍ଟିଫିକେଟ୍ ଦାଖଲ କରି ଏମାନେ ଶିକ୍ଷକତା କରୁଥିଲେ । ଗତ ସେପ୍ଟେମ୍ବର ମାସରେ ଏମାନେ ଧରାପଡ଼ିଥିଲେ । ଏମାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବହିଷ୍କାର କରାଯାଇଛି । ତେବେ ଅନେକ ସାର୍ଟିଫିକେଟ୍ ବାହାର ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନରୁ ଆଣି ଚାକିରି କରୁଥିବା ବେଳେ ପ୍ରାଥମିକ ସ୍ତରରେ ସେସବୁକୁ ଯାଞ୍ଚ କରାଯାଇନଥିବାରୁ ଏବେ ଏପରି ସମସ୍ୟା ହୋଇଛି ବୋଲି ଶିକ୍ଷାବିତ୍‌ମାନେ ଅଭିଯୋଗ କରିଛନ୍ତି । ବିଶେଷକରି ଯେଉଁମାନେ ନକଲି ସାର୍ଟିଫିକେଟ୍ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିଯୁକ୍ତି ସମୟରେ ଯେଉଁମାନେ ଚୟନ କରିଛନ୍ତି; ସେହି କର୍ମଚାରୀଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶିକ୍ଷାବିତ୍‌ମାନେ ମତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking