36.1 C
Bhubaneswar
Saturday, May 18, 2024
Homeଅପରାଧନକଲି ଇଞ୍ଜିନ୍ ଅଏଲ୍ କାରଖାନା ଠାବ, ୨ ଅଟକ

ନକଲି ଇଞ୍ଜିନ୍ ଅଏଲ୍ କାରଖାନା ଠାବ, ୨ ଅଟକ

ରଙ୍ଗେଈଲୁଣ୍ଡା :  ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଗ୍ରାମରେ ନକଲୀ ଇଞ୍ଜିନ ଅଏଲ ପ୍ରସ୍ତୁତ ହେଉଥିବା ଏକ ସ୍ଥାନରେ ସ୍ଥାନୀୟ ପୁଲିସ ଖବର ପାଇ ସେଠାରେ ଚଢ଼ଉ କରିଥିଲେ । ଦୁଇଜଣକୁ କାବୁକରିବା ସହ ତାଙ୍କଠାରୁ ବହୁ ପରିମାଣର ଇଞ୍ଜିନ ଅଏଲ୍‌, ବିଭିନ୍ନ ପ୍ରକାର ବୋତଲ ଓ ବିଭିନ୍ନ ପ୍ରକାର ବ୍ରାଣ୍ଡର୍ ଷ୍ଟିକର୍ ଜବତ କରାଯାଇଛି । ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ହଳଦିଆ ପଦରର ଏକ ଭଡ଼ାଘରେ ଦୀର୍ଘଦିନ ହେଲା ନକଲି ଇଂଜିନ ଅଏଲ ୍‌ପ୍ରସ୍ତୁତ ହେଉଥିବା ନେଇ ପୁଲିସ ଖବର ପାଇଥିଲା । ଏହାକୁ ଧରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ପୁଲିସ୍ । ଶୁକ୍ରବାର ମଧ୍ୟାହ୍ଣ ସମୟରେ ଖବର ପାଇ ଆଇପିଏସ୍ (ପ୍ରୋବେସନ ଅଧିକାରୀ) ଅଙ୍କିତ କୁମାର ବର୍ମା, ଇନ୍ସପେକ୍ଟର ବିବେକାନନ୍ଦ ମହନ୍ତ ଓ ଅନ୍ୟ ପୁଲିସ କର୍ମଚାରୀ ନକଲି ଅଏଲ ପ୍ରସ୍ତୁତ ହେଉଥିବା ହଳଦିଆପଦର ଅଞ୍ଚଳର ଏକ ଘରେ ଚଢ଼ଉ କରିଥିଲେ । ଚଢ଼ଉବେଳେ ସେଠାରୁ ବିପୁଳ ପରିମାଣରେ ନକଲି ଅଏଲ୍ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ । ତିନୋଟି ବ୍ୟାରେଲ୍‌ରେ ୨୧୦ ଲିଟର ଇଞ୍ଜିନ ଅଏଲ, ବିପୁଳ ପରିମାଣର ଷ୍ଟିକର୍‌, ବିଭିନ୍ନ ବ୍ରାଣ୍ଡ୍‌ର ବୋତଲ, ଠିପି, ମେସିନ, କଲର୍‌, ଡ୍ରମ୍ ଆଦି ଜବତ କରିଥିଲେ । ପୁଲିସ ଦୁଇଜଣକୁ ଅଟକ ରଖି ପଚାଉଚରା ଜାରି ରଖିଛି ।

ଦୁଇ ଅଭିଯୁକ୍ତ ହେଲେ କନିଷି ଗ୍ରାମର ବିଭୁତି ଭୁଷଣ ଶତପଥୀ ଓ ବ୍ରହ୍ମପୁରର ଏ. ନବୀନ । ପୁଲିସ ଉଭୟଙ୍କୁ ପଚାରାଉଚରା ବେଳେ ଗତ ଏକବର୍ଷ ହେଲା ଏଠାରେ ବିଭୂତି ଓ ନବୀନ ହଳଦିଆପଦରରେ ଘର ଭଡ଼ାନେଇ ପୋଡ଼ା ଅଏଲ୍ କିଣି ରାତ୍ରିିରେ ତାକୁ କଲର୍ ଦେଇ ବିଭିନ୍ନ ପ୍ରକାର ବ୍ରାଣ୍ଡ୍‌ର ଲୋଗୋ ଲଗାଇ ବୋତଲରେ ଭର୍ତ୍ତିକରି ଆନ୍ଧ୍ରପ୍ରଦେଶ, ଆଖାପାଖ ଅଞ୍ଚଳରେ ଗ୍ୟାରେଜମାନଙ୍କୁ ଯୋଗାଉଥିଲେ । ବୋତଲର ବିଭିନ୍ନ ପ୍ରକାର ଲେବଲ୍ ଓ ଷ୍ଟିକର୍‌ଗୁଡ଼ିକ ଦିଲ୍ଳୀରୁ ମଗାଯାଇଥିବା ନେଇ ଉଭୟ ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ଏଥିସହ ନବୀନଙ୍କ ବୟାନ ଅନୁସାରେ ଆଇପିଏସ୍ ପ୍ରଭୋସନ ଅଙ୍କିତ ବଡ଼ବଜାର ଥାନା ଅଧିନସ୍ଥ ବାଉରୀ, ସୁକାଣ୍ଡାରେ ଏକ ଘରେ ଚଢ଼ଉ କରି ବିପୁଳ ପରିମାଣର ନକଲି ଇଞ୍ଜିନ ଅଏଲ ଜବତ କରିଥିଲେ । ସେଠାରୁ ଜଣକୁ କାବୁ ମଧ୍ୟ କରାଯାଇଛି । ପରବର୍ତ୍ତୀ ସମୟରେ ଅଙ୍କିତ ବଡ଼ବଜାର ପୁଲିସକୁ ସେହି ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଖବର ଲେଖାହେବା ସହ ଥାନାରେ ମାମଲା ରୁଜୁ ହୋଇନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking