34.1 C
Bhubaneswar
Saturday, May 18, 2024
Homeଅପରାଧମୃତଦେହ ଉଦ୍ଧାର ଘଟଣାର ମାଷ୍ଟର ମାଇଣ୍ଡ ଗିରଫ

ମୃତଦେହ ଉଦ୍ଧାର ଘଟଣାର ମାଷ୍ଟର ମାଇଣ୍ଡ ଗିରଫ

ହିଞ୍ଜିଳିକାଟୁ:  ହିଞ୍ଜିଳି ଥାନାର ବୋରିଗାଁ ପଞ୍ଚାୟତର ମହୁଲପଲ୍ଲୀ ଗ୍ରାମର ଏକ ଘରୋଇ ଶ୍ମଶାନରୁ ମାଟି ତଳୁ ଉଦ୍ଧାର ହୋଇଥିବା ମହିଳାଙ୍କ ହତ୍ୟାର ଖୋଲିଲା ଗୁମର । ଏହି ଘଟଣାରେ ହିଞ୍ଜିିଳି ପୋଲିସ ଗତକାଲି ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଆଜି ସକାଳୁ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ବେହେରାକୁ ପୋଲିସ ଗିରଫ କରିଛି । ଗତ ମାସ ୨୯ ରିଖ ଦିନ ଠାରୁ ପ୍ରଶାନ୍ତ ଫେରାର ଥିଲା ।

ହିଂଜିଳି ପୋଲିସ ହତ୍ୟା ଘଟଣାର ନିରପକ୍ଷ ତଦନ୍ତ କରି ବ୍ରହ୍ମପୁର ରେଳ ଷ୍ଟେସନରୁ ମୁଖ୍ୟ ଅଭିଯୁକ୍ତକୁ ଧରିଛି । ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତକୁ ଅଦାଲତ ଚାଲାଣ କରିଥିବା ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡରେ ପରିବାରର ତିନି ଭାଇ ସାମିଲ । ସୂଚନା ଥାଉକି ମୃତକା ବର୍ଷା ପୁରୋହିତ ଶେରଗଡ଼ ଠାରେ ହୋଟେଲ ମେନେଜମେଣ୍ଡ କୋର୍ସ ସାରି ହାଇଦ୍ରାବାଦ ଯାଇ କାମ କରୁଥିଲେ । ସେଠି ପ୍ରଶାନ୍ତ ସହ ରିଲେସନସିପ୍‌ରେ ରହି ଗୋଟିଏ ଘରେ ରହି ଆସୁଥିଲେ । କିଛି ଦିନ ରିଲେସନରେ ପ୍ରଶାନ୍ତ ଓ ବର୍ଷା ରହିବା ପରେ ବିବାହ କଥା ଉଠିଥିଲା । କିନ୍ତୁ ପୁରୁଷ ବନ୍ଧୁ ପ୍ରଶାନ୍ତ ଓ ତାଙ୍କ ଘର ଲୋକେ ଏହା ଗ୍ରହଣ ନ କରିବାରୁ ନିମଖଣ୍ଡି ଥାନାରେ ବର୍ଷା ଅଭିଯୋଗ ବି କରିଥିଲେ । ଥାନା ପକ୍ଷରୁ ଉଭୟ ପକ୍ଷକୁ ଡାକି ବିବାହ ସର୍ତ୍ତରେ ଛାଡିଥିଲେ । ପରିବାର ଚାପରେ ପଡି ପ୍ରଶାନ୍ତ ଓ ତାର ଦୁଇ ଭାଇ ମିଶି ହତ୍ୟାର ବ୍ଲୁ ପ୍ରିଣ୍ଟ କରି ମହିଳାଙ୍କୁ ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking