17.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଆମେରିକାକୁ ତଥ୍ୟ ଦେଇ ଫେସବୁକ ଗଣିବ ୧.୩ ବିଲିୟନର ଜରିମାନା

ଆମେରିକାକୁ ତଥ୍ୟ ଦେଇ ଫେସବୁକ ଗଣିବ ୧.୩ ବିଲିୟନର ଜରିମାନା

ହାଇଦ୍ରାବାଦ: ପୁଣି ସମସ୍ୟା ଘେରରେ ମେଟା । ୧.୩ ବିଲିୟନ ଡଲାରରର ଜରିମାନା ଲଗାଇଲା ୟୁଇ । ଆଇଏନସି ଉପରେ ୟୁରୋପୀୟ ସଂଘ(ଇୟୁ)ର ଗୋପନୀୟତା ନିୟାମକ ୧.୩ ବିଲିୟନ ଡଲାରରର ଜରିମାନା ଲଗାଯାଇଛି । ୧.୩ ବିଲିୟନ ଡଲାରର ମୂଲ୍ୟ ୧୦୭୬୫ କୋଟି ଅଟେ । ଫେସବୁକ, ଇନଷ୍ଟାଗ୍ରାମ ୟୁଜର୍ସଙ୍କ ତଥ୍ୟ ଆମେରିକାକୁ ପଠାଉଥିବାରୁ ଜରିମାନା ଲଗାଯାଇଥିବା ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ୫ ବର୍ଷ ପୂର୍ବେ ୟୁରୋପୀୟ ସଂଘ ଗୋପନୀୟତା ଉଲ୍ଲଘଂନ ଉପରେ କଡା ଆଇନ ଲାଗୁ କରାଯାଇଥିଲା । ଏହାପର ଠାରୁ ଥରେ ଆମାଜନ ଉପରେ ମଧ୍ୟ ଆଇନ ଉଲ୍ଲଘଂନ ନେଇ ଜରିମାନା ଆଦାୟ କରାଯାଇଥିଲା । ୭୪.୬ କୋଟି ୟୁରୋର ଜରିମାନା ଆଦାୟ କରାଯାଇଥିଲା । ଏହାପରେ ଫେସବୁକ ଉପରେ ୧୦୭୬୫ କୋଟିର ଜରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କୁହାଯାଉଛି ୫ ବର୍ଷ ଭିତରେ ଆହା ସବୁଠାରୁ ବଡ ଜରିମାନା ଅଟେ । ତେବେ ଏନେଇ ଆୟାରଲ୍ୟାଣ୍ଡ ଡାଟା ସଂରକ୍ଷଣ କମିଶନ ହେଲେନ ଡିକ୍ସନଙ୍କ ନେତୃତ୍ୱରେ ୟୁରୋପୀୟ ସଂଘର ନିୟାମକ ଫେସବୁକ ଦ୍ୱାରା ୟୁରୋପୀୟ ୟୁଜର୍ସଙ୍କ ଡାଟାକୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବହୃତ ହେଉଥିବା ଆଇନଗତ ଉପରକଣ ଉପରେ କଟକଣା ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଡାଟା ସୁରକ୍ଷା ଆୟୋଗ କହିଛନ୍ତି,”ଆମେରିକାକୁ ଡାଟା ଟ୍ରାନ୍ସଫର ନେଇ କୌଣସି ସୂଚନା ମିଳିପାରିନାହିଁ । ତେବେ ଯେଉଁ ଡାଟା ସେୟାର ହେଉଥିବା ନେଇ ଖବର ସାମ୍ନାକୁ ଆସୁଛି, ଏହା ଦ୍ୱାରା ମୌଳିକ ଅଧିକାର ଏବଂ ସ୍ୱାଧିନତା ପ୍ରତି ବିପଦ ସୃଷ୍ଟି ହୋଇପାରେ ।” ତେବେ ଏନେଇ ପରବର୍ତ୍ତୀ ସମୟରେ ଡାଟା ଟ୍ରାନ୍ସଫରକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି । ଫେସବୁକ ଟ୍ରାନ୍ସ ଆଟଲାଣ୍ଟିକ ଡାଟା ଟ୍ରାନ୍ସଫର ରୋକିବା ପାଇଁ ଏକମାସ ସମୟ ଥିଲା । କିନ୍ତୁ ଏଭଳି ତ୍ରୁଟି ଯୋଗୁଁ ଚଳିତମାସ ଶେଷ ସୁଦ୍ଧା ଏହା ଉପରେ ରୋକ ଲଗାଯିବା ନେଇ କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking