28.1 C
Bhubaneswar
Friday, March 29, 2024
Homeଓଡିଶାନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗ ଦେବ ବିଜେଡ଼ି

ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗ ଦେବ ବିଜେଡ଼ି

ନୂଆଦିଲ୍ଲୀ : ଦେଶର ନୂଆ ସଂସଦ ଉଦଘାଟନକୁ ନେଇ ରାଜନୀତି ଜାରି ରହିଛି । କଂଗ୍ରେସ ସମେତ ଦେଶର ପ୍ରମୁଖ ବିରୋଧୀ ଦଳ ଗୁଡ଼ିକ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ୍ କରିବାକୁ ଘୋଷଣା କରିଥିବାବେଳେ ବିଜୁ ଜନତା ଦଳ (ବିଜେଡି) ପୁଣି କେନ୍ଦ୍ର ସରକାରଙ୍କ ସମର୍ଥନରେ ଛିଡ଼ା ହୋଇଛି । ଦଳ ଉଦଘାଟନ ସମାରୋହରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି । ଦଳ ପକ୍ଷରୁ କୁହାଯାଇଛି ଯେ ଦେଶର ରାଷ୍ଟ୍ରପତି ଓ ସଂସଦର ଗାରିମା ରହିଛି । ମତଭେଦକୁ ପରବର୍ତ୍ତୀ କାଳରେ ଦୂର କରିହେବ । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନକୁ ଉଦଘାଟନ କରିବେ । ଏହାକୁ ନେଇ ବିରୋଧୀ ଅସନ୍ତୁଷ୍ଟ ଅଛନ୍ତି। ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରିବା ଉଚିତ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି। ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଦାବି କରିସାରିଛନ୍ତି ।

ପ୍ରବଳ ଖରାରେ ସିଝୁଛି ଓଡ଼ିଶା; ନୂଆପଡ଼ାରେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking