27.1 C
Bhubaneswar
Saturday, May 2, 2026
Homeଓଡିଶାପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

କୋରେଇ : କୋରେଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଦା ରାଧାରମଣ ହାଇସ୍କୁଲ୍‌ରେ ଶନିବାର ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷକ ତୃପତ ଶେଖର ସ୍ବାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ କୋରେଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇ ଯୋଗଦେଇ ଶିକ୍ଷକ ସ୍ବାଇଁ ଦୀର୍ଘ ୩୧ ବର୍ଷ ଶିକ୍ଷକତା ମଧ୍ୟରେ କିପରି ଜଣେ କର୍ତ୍ତବ୍ୟନିଷ୍ଠ ଓ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ ସେ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମ ଦାସ, ପରିଚାଳନା କମିଟି ସଭାପତି ମନୋରଞ୍ଜନ ଦାସ, ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ମାଝୀ, ବ୍ୟାସନଗର ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଅକ୍ଷୟ ମହାନ୍ତି, ଆଖଣ୍ଡଳମଣି ଉଚ୍ଚ ବିଦ୍ୟାପୀଠ ପ୍ରଧାନଶିକ୍ଷକ ଅଭୟ ମହାପାତ୍ର, ହଳଦୀଗଡ଼ିଆ ପଞ୍ଚାୟତ ସମିତିସଭ୍ୟ ଉଦୟ ନାୟକ, ବ୍ଲକ ଓଷ୍ଟା ସଭାପତି ପ୍ରତାପ ପହି, ପୂର୍ବତନ ଓଷ୍ଟା ସଭାପତି ସରୋଜ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ସ୍ବାଇଁ ୧୯୯୩ରୁ ରାଧାରମଣ ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ବିଦ୍ୟାଳୟର ପୂର୍ବତନ ଛାତ୍ର ନିଗମାନନ୍ଦ ନାଥ ଓ ଛାତ୍ରୀ ରୋଜିସ୍ମିତା ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷକ ଶିଶିର କୁମାର ସ୍ବାଇଁ ଅତିଥି ପରିଚୟ ପ୍ରଦାନ ଓ ଶ୍ରୀକାନ୍ତ କୁମାର ସିଂ ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଆସଫାକ୍‌ ହୋସେନ ଖାଁ, ରୋଜାଲିନ ରାଉତ, ମାନସ କୁମାର ଦାସ, ଚିତ୍ତରଞ୍ଜନ ବରାଳ, ସେକ୍‌ ଗୁଫ୍ରାନ, କର୍ମଚାରୀ ଚିନ୍ତାମଣୀ ମହାରଣା, ପରୀକ୍ଷିତ ସାହୁ, ନାରାୟଣ ସାହୁ ପ୍ରମୁଖ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ସହ ତାଙ୍କ ପତ୍ନୀ ତପସ୍ବିନୀ ସ୍ବାଇଁଙ୍କୁ ଏକ ଖୋଲା ଜିପ୍‌ରେ ବାଜା, ବାଣ ସହ ପ୍ରସେଶନ କରି ପାଖାପାଖି ୨ କିଲୋମିଟର ଦୂର ତାଙ୍କ ହଳଦିଗଡ଼ିଆସ୍ଥିତ ଘର ପର୍ଯ୍ୟନ୍ତ ନିଆ ଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking