29.1 C
Bhubaneswar
Wednesday, May 21, 2025
Homeଦେଶ ବିଦେଶମହଙ୍ଗା ପଡିଲା ଗୁଟଖା ବିଜ୍ଞାପନ୍‌, ଅକ୍ଷୟ-ଅଜୟ-ଶାହରୁଖଙ୍କୁ କୋର୍ଟଙ୍କ ନୋଟିସ୍‌

ମହଙ୍ଗା ପଡିଲା ଗୁଟଖା ବିଜ୍ଞାପନ୍‌, ଅକ୍ଷୟ-ଅଜୟ-ଶାହରୁଖଙ୍କୁ କୋର୍ଟଙ୍କ ନୋଟିସ୍‌

ମୁମ୍ଵାଇ : ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ଏବେ ମହଙ୍ଗା ପଡ଼ିଛି । ଏହି ମାମଲାରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ ନୋଟିସ୍ ଜାରି କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଅବମାନନା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର ଦେଇଛନ୍ତି। ଗୁଟ୍ଖା ବିଜ୍ଞାପନ ମାମଲାରେ ତିନି କଳାକାରଙ୍କୁ ନୋଟିସ ଜାରି କରାଯାଇଥିବା ଲକ୍ଷ୍ନୌ ବେଞ୍ଚକୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି ଯେ, ସୁପ୍ରିମକୋର୍ଟ ମଧ୍ୟ ଏହି ମାଲାରେ ଶୁଣାଣି କରୁଛନ୍ତି ଏହି ଆବେଦନକୁ ଖାରଜ କରାଯିବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ୨୦୨୪ ମେ’ ୯ ପାଇଁ ସ୍ଥିର କରାଯାଇଛି। ଜଷ୍ଟିସଙ୍କ ଏକକ ବେଞ୍ଚ ଅବମାନନା ଆବେଦନ ଉପରେ ଏହି ଆଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ପିଟିସନ ଦାଖଲ କରିଥିବା ଓକିଲ କହିଛନ୍ତି ଯେ ଯୁବକମାନଙ୍କ ଲାଗି ଏହି ପଦକ୍ଷେପ ଠିକ୍ ନୁହେଁ। କଳାକାରମାନେ ଏଭଳି କରିବା ଦ୍ୱାରା ଲୋକେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ବୋଲି ସେ କହିଛନ୍ତି।

ଏହା ପରେ ଅବମାନନା ଆବେଦନ ଶୁଣାଣି ବେଳେ ହାଇକୋର୍ଟ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବଙ୍କୁ ନୋଟିସ ଜାରି କରିଛନ୍ତି। ଶୁକ୍ରବାର ଦିନ ଡେପୁଟି ସଲିସିଟର ଜେନେରାଲ ଏସ.ବି ପାଣ୍ଡେ ହାଇକୋର୍ଟଙ୍କୁ କହିଛନ୍ତି ଯେ ଅକ୍ଷୟ କୁମାର, ଶାହାରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ କେନ୍ଦ୍ର ସୋ ’କାରଣ ଦର୍ଶାଅ ନୋଟିସ ଜାରି କରିଛି। ଅଦାଲତଙ୍କୁ ଏହା ମଧ୍ୟ କୁହାଯାଇଛି ଯେ ଅମିତାଭ ବଚ୍ଚନ ଏକ ଗୁଟଖା କମ୍ପାନୀକୁ ଏକ ଆଇନଗତ ନୋଟିସ ପଠାଇଛନ୍ତି ଯାହା ତାଙ୍କ ବିଜ୍ଞାପନ ଦେଖାଉଥିଲେ ହେଁ ସେ ଏହା ସହିତ ଚୁକ୍ତିନାମା ବାତିଲ କରିସାରିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking