31.1 C
Bhubaneswar
Wednesday, June 26, 2024
Homeଓଡିଶାବିଜେପି ମନଗଢ଼ା କାହାଣୀରୁ ବାହାରୁ: ମାନସ ମଙ୍ଗରାଜ

ବିଜେପି ମନଗଢ଼ା କାହାଣୀରୁ ବାହାରୁ: ମାନସ ମଙ୍ଗରାଜ

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ ସହାୟତା କରିବ ଏଫ୍‌ବିଆଇ । ଘଟଣାର ମୂଳକୁ ଯିବା ପାଇଁ ଅଭିଯୁକ୍ତର ବିହେଭିୟରାଲ୍ ପରିବର୍ତ୍ତନ ଜାଣିବାକୁ ଏଫ୍‌ବିଆଇର ସହାୟତା ନିଆଯିବ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତିି ରଖିବା ପରେ ସାଂସଦ ମାନସ ମଙ୍ଗରାଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍‌କରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କାଦୁଅ ଫିଙ୍ଗା ରାଜନୀତି ଉପରେ ବିଜୟ ସଦୃଶ୍ୟ । ଏଥିସହ ବିଜେପି ପ୍ରଥମେ ମନଗଢ଼ା କାହାଣୀରୁ ବାହାରକୁ ଆସିବା ଦରକାର ।

ଜଣେ ପୁଲିସ କର୍ମଚାରୀଙ୍କ ଭୁଲ ପାଇଁ ସାରା ରାଜ୍ୟର ପୁଲିସ କର୍ମଚାରୀଙ୍କୁ ଦାୟୀ କରିବା ଠିକ୍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କହିଥିବା ଉଲ୍ଲେଖ କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ବିରୋଧୀଦଳ ନେତା ଏବଂ ବିରୋଧୀଦଳ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜନୀତିର ରଙ୍ଗ ବୋଳୁଛନ୍ତି । ଏମିତିକି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ପ୍ରତିକ୍ରିୟା ଦେଇ ତାଙ୍କ ପରିବାରକୁ କଷ୍ଟ ନଦେବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ତଦନ୍ତ ସଠିକ ଦିଗରେ ଯାଉଛି । ରାଜ୍ୟ ପୁଲିସ ଏବଂ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଉପରେ ତାଙ୍କ ପରିବାରର ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି । ତେଣୁ ବିରୋଧୀଦଳ ଏହାକୁ ନେଇ ରାଜନୀତି ନକରିବାକୁ କହିଥିଲେ ଦୀପାଳି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking