30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଜୁଲାଇରୁ ସେପ୍ଟେମ୍ବରରେ ହେବ ଆର.ଆର.ବି ଗ୍ରୁପ-ଡି ପାଇଁ ପରୀକ୍ଷା

ଜୁଲାଇରୁ ସେପ୍ଟେମ୍ବରରେ ହେବ ଆର.ଆର.ବି ଗ୍ରୁପ-ଡି ପାଇଁ ପରୀକ୍ଷା

ନୁଆଦିଲ୍ଲୀ: ଆବେଦନର ଦିର୍ଘ ଅପେକ୍ଷା ପରେ ଆସନ୍ତା ମାସରେ ହେବାକୁ ଯାଉଛି ଆରଆରବି ଗ୍ରୁପ୍-ଡି ପରୀକ୍ଷା। ଜୁଲାଇରୁ ଗ୍ରୁପ୍ ଡି ପରୀକ୍ଷା କରାଇବାକୁ ରେଳବାଇ ନିଯୁକ୍ତି ବୋର୍ଡ ପ୍ରସ୍ତୁତି ଆରମ୍ଭ କରିଛି। ଏହି ପରୀକ୍ଷା ଜୁଲାଇର ଶେଷ ସପ୍ତାହରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସାରା ଦେଶରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆରଆରବି ଗ୍ରୁପ୍ ଡି ପରୀକ୍ଷା ଫେବୃଆରୀ ୨୩ ରେ ହେବାକୁ ଥିଲା, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ସେବେଠାରୁ ପ୍ରାର୍ଥୀମାନେ ପରୀକ୍ଷାର ନୂତନ ତାରିଖକୁ ଅପେକ୍ଷା କରି ରହିଛନ୍ତି ଏବଂ ଏହି ଅପେକ୍ଷା ବର୍ତ୍ତମାନ ଶେଷ ହେବାକୁ ଯାଉଛି।

ଆନୁଷ୍ଠାନିକ ଭାବରେ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ, ପରୀକ୍ଷା କେନ୍ଦ୍ର ସମ୍ବନ୍ଧୀୟ ସୂଚନା ପରୀକ୍ଷାର ୧୦ ଦିନ ପୂର୍ବରୁ ସମ୍ପୃକ୍ତ ଆଞ୍ଚଳିକ ରେଳ ବୋର୍ଡ ସାଇଟରେ ଉପଲବ୍ଧ ହେବ । ଆଡମିଟ୍ କାର୍ଡ ଗ୍ରୁପ୍ ଡି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଲିଙ୍କ୍ ୪ ଦିନ ପୂର୍ବରୁ ମିଳିପାରେ। ମାର୍ଚ୍ଚ ୨୦୧୯ ରେ ରେଳ ଗ୍ରୁପ୍ ଡି ବିଜ୍ଞାପନ ବାହାରେ ଥିଲା। ଗ୍ରୁପ୍ ଡି ପରୀକ୍ଷା ମାଧ୍ୟମରେ ୧,୦୩,୭୩୯ ପଦବୀ ପୂରଣ ହେବ। ଏଥିପାଇଁ ମୋଟ ୧,୧୫,୬୭,୨୪୮ ପ୍ରାର୍ଥୀ ଆବେଦନ କରିଛନ୍ତି। ରେଳବାଇ ଗ୍ରୁପ୍ ଡି ର ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଟ୍ରାକ୍ ମେଣ୍ଟେନର୍ ଗ୍ରେଡ୍ -୪, ହେଲପର୍/ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ପଏଣ୍ଟମ୍ୟାନ୍, ଗ୍ରୁପ୍-ଡି ପରୀକ୍ଷା ୨୦୨୧ ମାଧ୍ୟମରେ ୧,୦୩,୭୬୯ ପଦବୀ ପାଇଁ ନିଯୁକ୍ତି ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking