23.1 C
Bhubaneswar
Monday, May 13, 2024
Homeଅପରାଧଯୁବତୀଙ୍କୁ ଛୁରା ମାଡ଼ କଲେ ପୂର୍ବତନ ପ୍ରେମିକ

ଯୁବତୀଙ୍କୁ ଛୁରା ମାଡ଼ କଲେ ପୂର୍ବତନ ପ୍ରେମିକ

କଟକ: ରାଉସାପାଟଣା ନିକଟରେ ସୋମବାର ରାତିରେ ଜଣେ ଯୁବତୀଙ୍କୁ ଛୁରାମାଡ ହୋଇଛି । ଦୁର୍ବୃତ୍ତ ଜଣଙ୍କ ଯୁବତୀଙ୍କ ପେଟ ସମେତ ଶରୀର ବିଭିନ୍ନ ଅଙ୍ଗରେ ଛୁରାଭୁଷି ଫେରାର ହୋଇଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି । ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପୁଲିସ ଘଟଣାର ତନାଘନା ଆରମ୍ଭ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ହରିପୁର-ରାଉସାପାଟଣା ରାସ୍ତାରେ ଜଣେ ବ୍ୟକ୍ତିଙ୍କର ଏକ ପ୍ରସାଧାନ ସାମଗ୍ରୀ ଦୋକାନ ରହିଛି ।

ସେହି ଦୋକାନରେ ଯୁବତୀ ଜଣକ ଦୀର୍ଘଦିନ ହେବ କାମ କରୁଥିଲେ । ସୋମବାର ରାତି ପ୍ରାୟ ୧୦ଟା ବେଳେ ଦୋକାନ ବନ୍ଦ କରି ଯୁବତୀ ଜଣକଙ୍କ ଘରକୁ ଫେରୁଥିବା ସମୟରେ ଜଣେ ଯୁବକ ଏକ ବାଇକ୍‌ରେ ଆସି ଛୁରା ମାଡ କରିଥିଲା । ଯୁବତୀ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡିଯାଇଥିଲେ । ଯୁବକ ଜଣକ ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଆହତ ଯୁବତୀଙ୍କ ମାମୁ ଘର ଶ୍ରୀକାକୁଲମରେ ହୋଇଥିବାବେଳେ ସେ ଅନେକ ବର୍ଷ ତଳେ ସେଠାରେ ରହି ପଢୁଥିଲେ । ସେଠାରେ ରହିବା ସମୟରେ ଜଣେ ଯୁବକଙ୍କ ସହିତ ତାଙ୍କ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ଯୁବତୀ ଜଣକ କଟକ ଫେରିଆସିବା ପରେ ପ୍ରେମରେ ଫାଟ ସୃଷ୍ଟି ହୋଇଥିଲା । ରାଗରେ ଯୁବକ ଜଣକ ଏଭଳି କାଣ୍ଡ ଘଟାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking