37.1 C
Bhubaneswar
Sunday, April 28, 2024
Homeବିଜିନେସ୍କର୍ମଚାରୀଙ୍କୁ ଛଟେଇ ପରେ ‘ବାଇଜୁ’ କମ୍ପାନୀ ଏବେ ଅଡୁଆରେ

କର୍ମଚାରୀଙ୍କୁ ଛଟେଇ ପରେ ‘ବାଇଜୁ’ କମ୍ପାନୀ ଏବେ ଅଡୁଆରେ

ନୂଆଦିଲ୍ଳୀ: ଦୁନିଆର ସବୁଠାରୁ ଅଗ୍ରଣୀ ସଂସ୍ଥା ‘ବାଇଜୁ’ର ସ୍ଥିତି ଖୁବ୍ ଖରାପ । ବହୁତ ପରିମାଣରେ କରାଯାଇଥିବା ଛଟେଇ ପରେ କମ୍ପାନୀର ଅଡୁଆ କମ୍ ହେବାର ନାଁ ଧରୁନି । ରିପୋର୍ଟ ଅନୁସାରେ, ବାଇଜୁ ନିଜର କିଛି କମର୍ଚାରୀଙ୍କୁ ବେଙ୍ଗାଲୁର ସ୍ଥିତ ସବୁଠାରୁ ବଡ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ଏହି କଥା ଏଭଳି ସମୟରେ ଆସିଛି ଯେତେବେଳେଏହି କଥାର ଚର୍ଚ୍ଚା ଖୁବ୍ ଜୋରଦାର ଭାବରେ ଚାଲିଛି ଯେ, କମ୍ପାନୀ ଜୁନ୍ ମାସରେ ବହୁ ସଂଖ୍ୟାରେ କର୍ମଚାରୀଙ୍କ ପିଏଫ୍ ଦେଇ ନାହିଁ । ଉଲ୍ଲେଖନୀୟ ଯେ, ପୂର୍ବରୁ ମଧ୍ୟ କମ୍ପାନୀ କର୍ମଚାରୀଙ୍କ ପିଏଫ୍ ଟଙ୍କା ନଦେଇଥିବା ଅଭିଯୋଗ ହୋଇଥିଲା । ରିପୋର୍ଟ ଅନୁସାରେ, ‘ବାଇଜୁ’ର ବେଙ୍ଗାଲୁର କଲ୍ୟାଣୀ ଟେକ୍ ପାର୍କରେ ଥିବା ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ କୁହାଯାଇ ସାରିଛି ଯେ, ୨୩ ଜୁଲାଇରୁ ଘରୁ କାମ କର ନଚେତ ସେଣ୍ଟର ଯାଇକି କାମ କର । କମ୍ପାନୀର ଏହି ଅଫିସ ୫.୫୮ ଲକ୍ଷ ସ୍କୋୟାର ଫୁଟର ଥିଲା । କମ୍ପାନୀ ପ୍ରେଷ୍ଟିଜ୍ ଟେକ୍ ପାର୍କରେ ଥିବା ୯ ମହଲା ଅଫିସରୁ ୨ଟି ମହଲାକୁ ଖାଲି କରିଦେଇଛି ।

ଏହି ଘଟଣାରେ ‘ମନି କନଟ୍ରୋଲ’ ସହିତ କଥା ହୋଇ ବାଇଜୁର ମୁଖପାତ୍ର କହିଛନ୍ତି, କମ୍ପାନୀ ପାଖରେ ଦେଶସାରାକୁ ମିଶାଇ ୩୦ ଲକ୍ଷ ସ୍କୋୟାର ଫୁଟ୍ର ଅଫିସ ରହିଛି । ଅଫିସର ଜାଗା ବଢାଇବା ଓ କମାଇବାର ନିଷ୍ପତ୍ତି ବ୍ୟବସାୟ ପ୍ରାଥମିକତା ଓ ୱାର୍କିଂ ପଲିସି ଆଧାରରେ ନିଆଯାଉଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ବାଇଜୁ’ର ଆୟ ବ୍ୟୟ ଖାତାର ଯାଞ୍ଚ କରାଯିବ ବୋଲି କେନ୍ଦ୍ର ସରକାର ନିର୍ଦେଶ ଦେଇ ସାରିଛନ୍ତି । ଏହି ସଂସ୍ଥା ପକ୍ଷରୁ ଆର୍ôଥକ ବିବରଣୀ ଦାଖଲରେ ବିଳମ୍ବ କରାଯାଉଥିବା କାରଣ ଦର୍ଶାଇ ଗତ ଜୁନ୍ ମାସରେ ଡିଲଏଟ୍ ହାସ୍କିନ୍ସ ଆଣ୍ଡ ସେଲ୍ସ୍ ବାଇଜୁସ୍ର ଅଡିଟର ପଦରୁ ଇସ୍ତଫା ଦେଇଥିଲା । ଏଥିସହିତ ପିକ୍ ଏକ୍ସଭି ପାର୍ଟନର୍ସ (ସିକ୍ୱୋଇଆ କ୍ୟାପିଟାଲ ଇଣ୍ଡିଆ)ର ଜି ଭି ରବିଶଙ୍କର, ପ୍ରୋସସ୍ର ରସେଲ୍ ଡ୍ରେନେସଷ୍ଟକ୍ ଏବଂ ଚାନ୍ ଜୁକରବର୍ଗର ଭିଭିଆସ୍ ୱୁ ମଧ୍ୟ ବାଇଜୁସ୍ ବୋର୍ଡରୁ ଇସ୍ତଫା ଦେଇଥିଲେ । ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଦେଶର କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking