18.1 C
Bhubaneswar
Wednesday, January 8, 2025
Homeଓଡିଶାଷ୍ଟ୍ରଙ୍ଗ୍ ରୁମ୍‌ରେ ଇଭିଏମ୍

ଷ୍ଟ୍ରଙ୍ଗ୍ ରୁମ୍‌ରେ ଇଭିଏମ୍

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରବିବାର ଶେଷ ହୋଇଛି । ଚାରି ଲୋକସଭା କ୍ଷେତ୍ର ଅର୍ଥାତ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ ଏବଂ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ଚୂଡ଼ାନ୍ତ ମତଦାନ ହାର ୭୦.୯୮% ରହିଛି । ତେବେ ମୋଟ୍ ୨୮୦ ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି । ଏସବୁ ଇଭିଏମ୍ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ୍ ରୁମରେ ରହିଛି । ମଙ୍ଗଳବାର ଗଣମାଧ୍ୟମକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ କୁମାର ଧଳ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମତଦାନ ପରେ ଇଭିଏମ୍‌ଗୁଡ଼ିକୁ ବିଭିନ୍ନ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସଂପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ପ୍ରଥମ ସ୍ତରରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଓ ଦ୍ୱିତୀୟ ସ୍ତରରେ ରାଜ୍ୟ ପୁଲିସ ବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ଏହି ଷ୍ଟ୍ରଙ୍ଗ୍ ରୁମ୍ ଗୁଡ଼ିକ ରହିଛି । ମତଗଣନା ସଂପୂର୍ଣ୍ଣ ହେବା ଯାଏ ସମସ୍ତ ଷ୍ଟ୍ରଙ୍ଗ୍‌ରମ୍ ଚତୁଃପାଶ୍ୱର୍ରେ ସିଏପିଏଫ୍ ଜବାନ ମୁତୟନ ରହିବେ । ସିସିଟିଭି ମନିଟରିଂ ମଧ୍ୟ ଜାରି ରହିଛି । ପ୍ରାର୍ଥୀମାନଙ୍କ ପ୍ରତିନିଧିମାନେ ଏଠାରେ ମତଗଣନା ପର୍ଯ୍ୟନ୍ତ ଉପସ୍ଥିତ ରହିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ଧଳ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking