28.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶଆଜି ବି ନିରାଶ ହେଲେ କେଜ୍ରିୱାଲ, ମିଳିଲାନି ଜାମିନ

ଆଜି ବି ନିରାଶ ହେଲେ କେଜ୍ରିୱାଲ, ମିଳିଲାନି ଜାମିନ

ନୂଆଦିଲ୍ଲୀ:  ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ମଧ୍ୟ ଆଶ୍ୱସ୍ତି ମିଳିନାହିଁ । ସୁପ୍ରିମକୋର୍ଟ, ତାଙ୍କ ଅନ୍ତରୀଣ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । କେଜ୍ରିୱାଲଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ୍ ଅଭିଷେକ ମନୁ ସିଂଘଭି ମନିଷ ସିସୋଦିଆଙ୍କୁ ମିଳିଥିବା ଜାମିନର ଉଦାହରଣ ଦେଇ କେଜ୍ରିୱାଲଙ୍କୁ ମୁକୁଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଯୁକ୍ତିକୁ ସୁପ୍ରିମ୍‌କୋର୍ଟ ଗ୍ରହଣ କରିନାହାନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିରାଶ ହୋଇପଡ଼ିଛନ୍ତି ।
ପ୍ରକାଶ, ଗତ ମେ ୨୧ ତାରିଖରେ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ । ଏହାପରେ ସିସୋଦିଆ ସୁପ୍ରିମକୋର୍ଟରେ ଅପିଲ କରି ତାଙ୍କ ବିରୋଧରେ ହୋଇଥିବା ମାମଲାରେ କୌଣସି ଅଗ୍ରଗତି ହେଉନଥିବା ଜଣାଇଥିଲେ । ଏହାର ଶୁଣାଣି କରି ସୁପ୍ରିମ କୋର୍ଟ ସିସୋଦିଆଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଥିଲେ । ଟ୍ରାଏଲ କୋର୍ଟ ସହ ହାଇକୋର୍ଟ ବି ସେଫ୍ ଗେମ୍ ପ୍ଲେ କରୁଥିବା ସୁପ୍ରିମକୋର୍ଟ ଟିପ୍ପଣୀ କରିଥିଲେ । ଏହାପରେ ୧୭ ମାସ ଜେଲ୍‌ରେ କଟାଇଥିବା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ୯ ତାରିଖରେ ମୁକୁଳିଥିଲେ । ତେବେ କେଜ୍ରିୱାଲ୍‌ଙ୍କ ମାମଲାରେ ଆସନ୍ତା ୨୩ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking