25.1 C
Bhubaneswar
Saturday, June 7, 2025
Homeଓଡିଶାଦୁଇ ଦିନ ପରେ ବି ରେଳ ଚଳାଚଳ ବନ୍ଦ

ଦୁଇ ଦିନ ପରେ ବି ରେଳ ଚଳାଚଳ ବନ୍ଦ

କୋରାପୁଟ: ଜଗଦଲପୁର ରେଳପଥରେ ଦୁଇ ଦିନ ପରେ ବି ସ୍ଥିତି ସ୍ବାଭାବିକ ହୋଇପାରିନାହିଁ। ମାନବାର ଓ ଜର୍ଟି ମଧ୍ୟରେ ଭୂସ୍ଖଳନ ଯୋଗୁଁ ଏହି ରେଳପଥରେ ଆଜି ମଧ୍ୟ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଆଜି ରେଳ ବିଭାଗର ଜି. ଏମ. ସ୍ଥିତି ଅନୁଧ୍ୟାନ କରିବା ସହିତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଥିଲେ। ତେବେ ଟ୍ରାକ୍‌ ଉପରେ ମାଟି ଓ ପଥର ଗଦା ହୋଇ ରହିଛି। ଯେତେଶୀଘ୍ର ସମ୍ଭବ ଏହି ଟ୍ରାକ୍‌ରେ ରେଳ ଚଳାଚଳକୁ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରହିଛି। ଆଗାମୀ ୨/୩ ଦିନ ପର୍ଯ୍ୟନ୍ତ ଏହି ରୁଟ ରେ ରେଳ ଚଳାଚଳ ବନ୍ଦ ରହିବା ସମ୍ଭାବନା ରହିଛି। ମାଟି ଓ ପଥର ହଟାଇବା କାର୍ଯ୍ୟରେ ପ୍ରାୟ ୨୦ଟି ଜେସିବି ମେସିନ ନିୟୋଜିତ କରାଯାଇଛି। ଅନ୍ୟପକ୍ଷରେ ପ୍ରତିକୂଳ ପରିସ୍ଥିତି ଏବଂ ପରିବେଶ ଉଦ୍ଧାର କାର୍ଯ୍ୟର ଗତିକୁ ବାରମ୍ବାର ପ୍ରଭାବିତ କରୁଛି।

କୋରାପୁଟ ଅଞ୍ଚଳରେ ଗତ କାଲି ବର୍ଷା ହୋଇଥିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ ରଖା ଯାଇଥିଲା। ତେବେ ମାଟି କାଢିବା ପରେ ବି ପାହାଡ଼ରୁ ଆହୁରି ମାଟି ଓ ପଥର ଖସୁଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟୁଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ଆଜି ରେଲବିଭାଗର ଜି.ଏମ. ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେହିପରି ଗତକାଲି ଡିଆରଏମ୍‌ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଯାତ୍ରୀ ସେବାକୁ ଦୃଷ୍ଟିରେ ରଖି ଜଗଦଲପୁର-ରାଉରକେଲା ,ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍‌, ବିଶାଖାପାଟଣା-କିରଣ୍ଡୁଲ୍ ନାଇଟ୍ ଏକ୍ସପ୍ରେସ କୋରାପୁଟ ଠାରୁ ଚଳାଚଳ କରିବ ବୋଲି ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking